ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ବଢୁଛି ମୃତ୍ୟୁ ସଂଖ୍ୟା । ଦିନକରେ ପୁଣି ୧୦ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁକୁ ନେଇ ମୃତ୍ୟୁ ସଂଖ୍ୟା ୪୧୯ରେ ପହଁଞ୍ଚିଛି । ୨୪ ତାରିଖ ସକାଳ ସୁଦ୍ଧା ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୧୭୯ ଜଣ ମୃତ୍ୟୁ ବରଣ କରିଥିବା ବେଳେ ଝାରସୁଗୁଡା ଓ ନବରଙ୍ଗପୁରରୁ ସର୍ବନିମ୍ନ ଜଣେ ଲେଖାଏଁ ମୃତ୍ୟୁ ବରଣ କରିଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ଜାଣନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ କେଉଁ ଜିଲ୍ଲାରୁ କେତେ ମୃତ ।
ଅନୁଗୁଳ ଜିଲ୍ଲାରୁ ୪ ଜଣ, ବାଲେଶ୍ୱର ୮ ଜଣ, ବରଗଡ ୫ ଜଣ, ଭଦ୍ରକ ୬ ଜଣ, ବଲାଙ୍ଗୀର ୩ ଜଣ, କଟକ ୨୫ ଜଣ, ଢେଙ୍କାନାଳ ୨ ଜଣ, ଗଜପତି ୧୭ ଜଣ, ଗଞ୍ଜାମ ୧୭୯ ଜଣ, ଜଗତସିଂହପୁର୨ ଜଣ, ଯାଜପୁର ୪ ଜଣ, ଝାରସୁଗୁଡା୧ ଜଣ, କଳାହାଣ୍ଡି ୧ ଜଣ, କନ୍ଧମାଳ ୭ ଜଣ, କେନ୍ଦ୍ରାପଡା ୩ ଜଣ, କେନ୍ଧୁଝର ୫ ଜଣ, ଖୋର୍ଦ୍ଧା ୫୪ ଜଣ, କୋରାପୁଟ ୩ ଜଣ, ମାଲକାନଗିରି ୪ ଜଣ, ମୟୁରଭଞ୍ଜ ୩ ଜଣ, ନବରଙ୍ଗପୁର ୧ ଜଣ, ନୟାଗଡ ୧୨ ଜଣ, ପୁରୀ ୧୦ ଜଣ, ରାୟଗଡା ୨୧ ଜଣ, ସମ୍ବଲପୁର ୮ ଜଣ, ସୁବର୍ଣ୍ଣପୁର ୨ ଜଣ, ସୁନ୍ଦରଗଡ ୨୮ ଜଣ, ନୟାଗଡ ୧୨ ଜଣଙ୍କର ମୃତ୍ୟୁ ହୋଇଛି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0