ଭୁବନେଶ୍ୱର: ଓଡିଶାରେ ଆଜି ଗୋଟିଏ ଦିନରେ ୬୦ ହଜାର ଟପିଛି କରୋନା ନମୁନା ପରୀକ୍ଷା । ଗୋଟିଏ ଦିନରେ ୬୦ ହଜାର ୯୦୯ କରୋନା ପରୀକ୍ଷା କରାଯାଇଛି । ଆରଟିପିସିଆର, ଆଣ୍ଟିଜେନ୍ ଓ ଟ୍ରୁନଟ ମାଧ୍ୟମରେ କରୋନା ପରୀକ୍ଷା କରାଯାଇଛି । ଏ ନେଇ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି । ଏଥିମଧ୍ୟରୁ ୫୩,୨୯୫ ଜଣଙ୍କର ଆଣ୍ଟିଜେନ୍ ଟେଷ୍ଟ ହୋଇଛି । ୭,୪୯୦ଟି ଆରଟିପିସିଆର୍ ଓ ୧୨୪ ଟି ଟ୍ରୁନଟ୍ ଟେଷ୍ଟ ପାରୀକ୍ଷା ହୋଇଛି । ମୟୁରଭଞ୍ଜ ଜିଲ୍ଳାରେ ସର୍ବାଧିକ ୯ହଜାର ୨୧୯ କରୋନା ନମୁନା ପରୀକ୍ଷା କରାଯାଇଛି । ଏହଛଡା ଗଞ୍ଜାମରେ ୮ହଜାର ୬୪୪ ଓ କେନ୍ଦ୍ରାପଡା ଜିଲ୍ଳାରେ ୮ ହଜାର ୭୬୪ ନମୁନା ପରୀକ୍ଷା ହୋଇଛି ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0