କଟକ: କରୋନା ସମୟରେ ପରିବାରର ବୟସ୍କ ସଦସ୍ୟମାନଙ୍କ ସୁରୁକ୍ଷା କ୍ଷେତ୍ରରେ ଯୁବପୀଡ଼ିର ସଦସ୍ୟମାନଙ୍କ ଗୁରୁ ଦାୟିତ୍ୱ ରହିଛି । ପରିବାରରେ କାମ କରୁଥିବା ସଦସ୍ୟମାନ ଏବେ ଅଫିସ କିମ୍ବା ଶିଳ୍ପପ୍ରତିଷ୍ଠାନକୁ ଯାଉଥିବାରୁ ସେମାନେ ବାହାରେ ସଂକ୍ରମିତ ହେବାର ଆଶଙ୍କା ରହିଛି । ଏହାକୁ ଦୃଷ୍ଟିରେ ରଖି ଘରର ବୟସ୍କ ବ୍ୟକ୍ତିମାନଙ୍କୁ ଓଲଟା ଏକାନ୍ତବାସରେ ଅର୍ଥ ହେଉଛି ଘରର ସୁସ୍ଥ ମାତ୍ର ବୟସ୍କବ୍ୟକ୍ତିମାନଙ୍କୁଏକାନ୍ତବାସରେ ରଖିବା, ଯେପରି ସେ ବାହାରକୁ ଯାଉଥିବା ଅନ୍ୟମାନଙ୍କ ସହ ମିଶିପାରିବେ ନାହିଁ । ଏନେଇ କଟକ ମହାନଗର କମିଶନର ଅନନ୍ୟ ଦାସ ସୂଚନା ଦେଇଛନ୍ତି ।
ଆଜି ଅନୁିଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସେ କହିଥିଲେ ଜେ ଗତ ୧୪ ଦିନରେ ସିଏମସି ଅଞ୍ଚଳରେ ମୋଟ ୨୬୭୪୮ଟି ନମୁନା ପରୀକ୍ଷା ହୋଇଛି । ଗତ ଅଗଷ୍ଟ ୧୫ରୁ ୨୧ ମଧ୍ୟରେ ସହରରେ ମୋଟ ୯୫୩ଟି ପଜିଟିଭ ବାହାରିଛି ଓ ଏଗୁଡ଼ିକ ମଧ୍ୟରୁ ସର୍ବାଧିକ ୪୪୨ଟି ମାମଲା ୨୧ରୁ ୪୦ ବୟସ ବର୍ଗିରେ ରହିଛିଚିନ୍ତୁ ମୃତୁ୍ୟହାର ୬୦ ବର୍ଷରୁ ଅଧିକ ବର୍ଗର ବୟସ ଶ୍ରେଣୀର ଅଧିକ ହୋଇଥିବାରୁ ଯୁବପୀଢ଼ି ବୟସ୍କ ଲୋକମାନଙ୍କୁ ସୁରକ୍ଷା ପାଇଁ ସେମାନଙ୍କୁ ପରିବାରରେ ଅଲଗା ରଖନ୍ତୁ ବୋଲି ସେ ଅନୁ ରୋଧ କରିଛନ୍ତି ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0