spot_img

ରାଜ୍ୟରେ ଧର୍ମାନୁଷ୍ଠାନ ଖୋଲିବା ନେଇ ହାଇକୋର୍ଟରେ ଆଉ ଏକ ମାମଲା

କଟକ: ମନ୍ଦିର ଓ ଧର୍ମନୁଷ୍ଠାନ ଖୋଲିବା ନେଇ ରାଜ୍ୟ ସରକାର ନିଷ୍ପତ୍ତି ନେବାକୁ ହାଇକୋର୍ଟ ଗତ ୧୦ ତାରିଖରେ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ଇତିମଧ୍ୟରେ ୧୪ଦିନ ବିତି ଯାଇଥିଲେ ମଧ୍ୟ ରାଜ୍ୟ ସରକାର ଧର୍ମାନୁଷ୍ଠାନ ଖୋଲିବା ସଂକ୍ରାନ୍ତରେ କୌଣସି ନିଷ୍ପତି ନେଇନାହାନ୍ତି । ତେଣୁ ରାଜ୍ୟସରକାରଏକ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ଧର୍ମାନୁଷ୍ଠାନ ଖୋଲିବା ପ୍ରସଂଗକୁ ନେଇ ପୁଣି ହାଇକୋର୍ଟରେ ଏକ ମାମଲା ରୁଜୁ କରାଯାଇଛି । କଟକର ସମାଜସେବୀ ଜୟନ୍ତ କୁମାର ବଳ ଏହି ମାମଲା ରୁଜୁ କରିଛନ୍ତି ।

ରାଜ୍ୟରେ ଶ୍ରୀମନ୍ଦିର ସମମେତ ଅନ୍ୟାନ୍ୟ ସମସ୍ତ ମନ୍ଦିର ଖୋଲିବା ନେଇ ଆବେଦନକାରୀ ପୂର୍ବରୁ ଏକ ମାମଲା ରୁଜୁ କରିଥିଲେ । ହାଇକୋର୍ଟ ମନ୍ଦିର ଖୋଲିବା ନିଷ୍ପତ୍ତି ରାଜ୍ୟ ସରକାରଙ୍କ ଉପରେ ଛାଡ଼ିଥିଲେ । ଇତିମଧ୍ୟରେ କେନ୍ଦ୍ର ସରକାର ବିଭିନ୍ନ ଧର୍ମାନୁଷ୍ଠାନ ଖୋଲିବା ପାଇଁ ଅନୁମତି ଦେଇଛନ୍ତି । କେତେକ ରାଜ୍ୟ ସରକାର ମଧ୍ୟ ସର୍ବସାଧାରଣ ଦର୍ଶନ ଲାଗି ଧର୍ମାନୁଷ୍ଠାନ ଖୋଲିଛନ୍ତି । କିନ୍ତୁ ଓଡ଼ିଶା ସରକାର କୌଣସି ନିଷ୍ପତ୍ତି ନେଉନାହାନ୍ତି । କୋର୍ଟ ସରକାରଙ୍କ ଲାଗି ଏକ ସମୟ ଧାର୍ଯ୍ୟ କରିବାକୁ ଆବେଦନକାରୀ ପ୍ରାର୍ଥନା କରିଛନ୍ତି । ଆବେଦନକାରୀଙ୍କ ପକ୍ଷରୁ ଆଜନଜୀବୀ ବିଭୂତି ଭୂଷଣ ଚୌଧୁରୀ ମାମଲା ପରିଚାଳନା କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular