ସିୟୋଲ: ଦକ୍ଷିଣ କୋରିଆରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପୁଣି ରେଡ ଆଲର୍ଟ ଜାରି କରାଯାଇଛି । ଏକ ଚର୍ଚ୍ଚରୁ ସଂକ୍ରମଣ ଆରମ୍ଭ ହୋଇ ଦକ୍ଷିଣ କୋରିଆର ୧୭ ପ୍ରାନ୍ତରେ ବ୍ୟାପି ସାରିଛି । ଚର୍ଚ୍ଚରୁ ବ୍ୟାପିଥିବା ସଂକ୍ରମଣ ସଂଖ୍ୟା ୩୧୯ରେ ପହଞ୍ଚିଛି । ସେଣ୍ଟର ଫର ଡିଜିଡ କଣ୍ଟ୍ରୋଲ ମୁଖ୍ୟ କାର୍ଯ୍ୟାଳୟରୁ ଏନେଇ ସୂଚନା ମିଳିଛି । ସଂକ୍ରମିତଙ୍କ ମଧ୍ୟରେ ଅଧିକାଂଶ ୨୦ ରୁ ୩୦ ବର୍ଷ ବୟସର ଯୁବକ ଯୁବତୀ ଅଛନ୍ତି । ଚର୍ଚ୍ଚର ମୁଖ୍ୟ ଜୁନ୍-କ୍ୱାଙ୍ଗ-ହୁନ୍ ମଧ୍ୟ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସୂଚନା ମୁତାବକ ସରକାର ବିରୋଧରେ ଚର୍ଚ୍ଚ ତରଫରୁ ଏକ ରାଲି ହୋଇଥିଲା । ଯେଉଁ ରାଲିରେ ଯୋଗ ଦେଇଥିବା ଲୋକମାନଙ୍କ ଦ୍ୱାରା କରୋନା ବ୍ୟାପିବା ଅନୁମାନ କରାଯାଉଛି । ଚର୍ଚ୍ଚ ମୁଖ୍ୟଙ୍କ ବିରୋଧରେ ରାଜଧାନୀରେ ଆୟୋଜିତ ହୋଇଥିବା ସରକାରୀ ବିରୋଧୀ ରାଲିରେ ସାମିଲ ହେବାକୁ ଲୋକଙ୍କୁ ଉସୁକାଇବା ଏବଂ ଆଇସୋଲେସନ ନିୟମ ଉଲଘଂନ କରିଥିବା ଆରୋପ ହୋଇଛି । ରାଷ୍ଟ୍ରପତି ମୁ ଜେ-ଇନ୍ କହିଛନ୍ତି ଯେ ଅନ୍ୟମାନଙ୍କ ଜୀବନକୁ ବିପଦରେ ପକାଇ ଅକ୍ଷମଣୀୟ ଅପରାଧ କରିଛନ୍ତି । ସ୍ୱାସ୍ଥ୍ୟମନ୍ତ୍ରୀ ସେ ରାଲିରେ ସାମିଲ ହୋଇଥିବା ପ୍ରାୟ ୩ ହଜାରରୁ ୪ ହଜାର ଲୋକଙ୍କୁ ଚିହ୍ନଟ କରି କ୍ୱାରେଣ୍ଟାଇନରେ ରଖିଛନ୍ତି ।



Visitors Today : 5
Total Visitors : 130180
Total Views : 9891631
Visitors Online Now : 1