ଭୁବନେଶ୍ୱର: ଏମବିଏ ଏବଂ ପିଜିଡିଏମ ପାଠ୍ୟକ୍ରମରେ ନାମଲେଖା ପାଇଁ ଆଉ ପ୍ରବେଶିକା ପରୀକ୍ଷା(ଏଣ୍ଟ୍ରାନ୍ସ)ର ଆବଶ୍ୟକତା ନାହିଁ । ୟୁଜି (ଅଣ୍ଡର ଗ୍ରାଜୁଏଟ) ପାଠ୍ୟକ୍ରମରେ ଛାତ୍ରଛାତ୍ରୀ ରଖିଥିବା ମାର୍କକୁ ଆଧାର କରି ଶିକ୍ଷାନୁଷ୍ଠାନରେ ନାମଲେଖା ହେବ । କୋଭିଡ-୧୯ ଯୋଗୁଁ ଅଧିକାଂଶ ପ୍ରବେଶିକା ପରୀକ୍ଷା ହୋଇପାରି ନ ଥିବାରୁ ଅଲ ଇଣ୍ଡିଆ କାଉନସିଲ ଅଫ ଟେକ୍ସିକାଲ ଏଜୁକେସନ ଏଭଳି ନିଷ୍ପତ୍ତି ନେଇଛି । ଏଆଇସିଟିଇ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ କରୋନାକୁ ଆଖିରେ ରଖି କେବଳ ୨୦୨୦-୨୧ ଶିକ୍ଷାବର୍ଷ ଲାଗି ନାମଲେଖାରେ ଏଭଳି କୋହଳ କରାଯାଇଛି । ଏମବିଏ ଓ ପିଜିଡିଏମ ପାଠ୍ୟକ୍ରମରେ ନାମଲେଖା ପାଇଁ ପ୍ରତିବର୍ଷ ସର୍ବଭାରତୀୟ ପ୍ରବେଶିକା ପରୀକ୍ଷା କ୍ୟାଟ, ଜ୍ୟାଟ, ସିମ୍ୟାଟ, ଏଟିଏମଏ, ସହ ରାଜ୍ୟଗୁଡିକ ନିଜ ନିଜର ସ୍ୱତନ୍ତ୍ର ପ୍ରବେଶିକା ପରୀକ୍ଷା କରିଥାନ୍ତି । ତେବେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0