spot_img

ସୁଶାନ୍ତଙ୍କ ବେକର ଦାଗକୁ ନେଇ ଉଠିଲା ପ୍ରଶ୍ନ, ଦେଖାଗଲା O, U ଏବଂ V ସେପର ଚିହ୍ନ

ବଲିଉଡର ଲୋକପ୍ରିୟ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟାକୁ ନେଇ ପୋଲିସ ତଦନ୍ତ ଜାରି ରଖିଛି । ସୁଶାନ୍ତ ମୃତ୍ୟୁ ପରେ ତାଙ୍କର ନିକଟତର ଥିବା ଲୋକମାନେ ପୋଲିସର କଡା ନଜରରେ ରହିଛନ୍ତି । ଏମାନଙ୍କ ମଧ୍ୟରେ ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କୁ ପୋଲିସ ୧୦ ଘଣ୍ଟା ପଚରା ଉଚରା କରିବା ପରେ ମଧ୍ୟ ରିୟା ସୁଶାନ୍ତ ବିଷୟରେ ସମ୍ପୂର୍ଣ୍ଣ ରୂପେ ଖୁଲାସା କରିନାହାନ୍ତି । ଏନେଇ ପୋଲିସ ପୁଣି ଥରେ ରିୟାଙ୍କୁ ପଚାରି ପାରେ । ସେହିଭଳି କିଛି ଲୋକମାନେ ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା କରିନାହାନ୍ତି ବରଂ ତାଙ୍କୁ ମାରି ଦିଆଯାଇଛି ବୋଲି କହୁଛନ୍ତି ।

Sushant1ସୋସିଆଲ ମିଡିଆରେ ପ୍ରଚାରିତ ହେଉଥିବା ମିଥ୍ୟା ଖବରକୁ ନେଇ ଦାବି କରାଯାଉଛି, ଯଦି ସୁଶାନ୍ତ ଆତ୍ମହତ୍ୟା କରିଛନ୍ତି ତେବେ ତାଙ୍କ ରୁମରେ ଷ୍ଟୁଲ କିମ୍ବା ଚୌକି କାହିଁକି ନଥିଲା । ଏହାବ୍ୟତୀତ ପୋଷ୍ଟମର୍ଟମ ରିପୋର୍ଟରେ ତାଙ୍କର ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ହୋଇଥିବା ଜଣାଯାଇଛି ।

riyaସୂଚନା ମୁତାବକ ସୁଶାନ୍ତଙ୍କ ମୃତ୍ୟୁ ପରେ ସୋସିଆଲ ମିଡିଆରେ ତାଙ୍କ ଶରୀରର ଫଟୋ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଅଭିନେତାଙ୍କ ଗଳାରେ ନାଲି ରଙ୍ଗର ଗଭୀର ଦାଗ ଦେଖାଯାଉଛି । ଏହି ଚିହ୍ନକୁ ଦେଖି ଲୋକମାନେ ଦାବି କରିଛନ୍ତି, ସୁଶାନ୍ତଙ୍କ ଗଳା ଦାବିବା କାରଣରୁ ଏପରି ଚିହ୍ନ ହୋଇଛି । କିନ୍ତୁ ରିପୋର୍ଟ ଅନୁଯାୟୀ ସୁଶାନ୍ତ ହଳଦିଆ ରଙ୍ଗର କପଡାରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି । ଏହାବ୍ୟତୀତ ଗଳା ଦାବିବା ଦ୍ୱାରା ମଣିଷର ବେକରେ ‘O’ ସେପର ଦାଗ ହୋଇଥାଏ । ଏନେଇ ପୋଷ୍ଟମର୍ଟମ ରିପୋର୍ଟରେ ତାଙ୍କ ଗଳାରେ U ଏବଂ V ସେପର ଦାଗ ରହିଛି, ଯାହା ଫାଶୀ ଲଗାଇବା ଦ୍ୱାରା ହୋଇଥାଏ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular