ନୂଆଦିଲ୍ଲୀ : ସେପ୍ଟେମ୍ବର ୧୪ ତାରିଖରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବ । ମହାମାରୀ କରୋନା ସଂକ୍ରମଣ ଭିତରେ ଚଳିତ ଅଧିବେଶନରେ ସଂସଦର ଭଉୟ ସଦନ, ବିନା ଛୁଟି ଦିନରେ ଚାଲିବ । ଅର୍ଥାତ୍ ଶନିବାର ଏବଂ ରବିବାର ମଧ୍ୟ ଗୃହ କାର୍ଯ୍ୟ ଚାଲୁ ରହିବ । ଦୁଇଟି ପର୍ଯ୍ୟାୟରେ ଗୃହ କାର୍ଯ୍ୟକୁ ପରିଚାଳନା କରିବାକୁ ସରକାର ଲକ୍ଷ୍ୟ ରଖିଥିବା ବେଳେ ପ୍ରତିଦିନ ୪ ଘଣ୍ଟା ଲେଖାଏଁ ଗୃହ କାର୍ଯ୍ୟ ଚାଲୁ ରହିବ । ୧୮ ଦିନ ଧରି ସଂସଦର ମୌସୁମୀ ଅଧିବେଶନ ଚାଲିବ ବୋଲି କେନ୍ଦ୍ର ସରକାର ନିଷ୍ପତ୍ତ୍ି ନେଇଛନ୍ତି । ମହାମାରୀକୁ ଦୃଷ୍ଟିରେ ରଖି ଆବଶକୀୟ ସତର୍କତା ଅବଲମ୍ବନ କରାଯିବା ସହିତ ମାସ୍କ ଓ ସାମାଜିକ ଦୂରତାକୁ ଗୁରୁତ୍ୱ ଦିଆଯିବ । ଚଳିତ ମୌସୁମୀ ଅଧୀବେଶନ ଅକ୍ଟୋବର ୧ ଯାଏଁ କାର୍ଯ୍ୟକାରୀ ହେବ ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0