spot_img

ପ୍ରବଳ ବର୍ଷା ଯୋଗୁଁ ଭଦ୍ରକ ଆରଡ଼ି ଆଖଣ୍ଡଳମଣୀ ମନ୍ଦର ଭିତରେ ପଶିଲା ପାଣି

ଭଦ୍ରକ: ଲଘୁଚାପ ବର୍ଷାରେ ସାରା ରାଜ୍ୟ ବେହାଲ ସାରାରାଜ୍ୟ । ଲଘୁଚାପ ପ୍ରଭାବରେ ଅବିଶ୍ରାନ୍ତ ବର୍ଷା ଯୋଗୁଁ ଭଦ୍ରକ ଆରଡ଼ି ଆଖଣ୍ଡଳମଣିଙ୍କ ଗର୍ଭଗୃହରେ ପଶିଲା ପାଣି । ବର୍ଷା ଯୋଗୁଁ ଗତକାଲି ରାତିରେ ମନ୍ଦିର ପଶ୍ଚିମ ଦ୍ୱାର ଓ ପାଦୁକ କୁଣ୍ଡଦେଇ ଆଖଣ୍ଡଳମଣିଙ୍କ ଗର୍ଭଗୃହରେ ପାଣି ପଶିଯାଇଛି । ଫଳେରେ ଆଜି ସକାଳେ ମଙ୍ଗଳ ଆଳତୀ ନୀତି ସମେତ ଅନ୍ୟାନ୍ୟ ନୀତିରେ ବିଳମ୍ବ ଦେଖାଦେଇଥିଲା ।

ବିଶେଷକରି ବାବାଙ୍କ ମନ୍ଦିର ତଳମାଳରେ ହୋଇଥିବାରୁ ବର୍ଷାଦିନରେ ମନ୍ଦିର ଗର୍ଭଗୃହରେ ପାଣିର ସ୍ରୋତ ପଡିଥାଏ । ୩ ବର୍ଷ ତଳେ ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ମରାମତି କାମ ହୋଇଥିଲେ ବି ଏବେ ପୁଣି ସେହି ସମସ୍ୟା ଦେଖାଦେଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular