ଆୟୁଷ ବଢାଇବାକୁ ଯମରାଜକୁ ଚିଠି ଲେଖିଲେ ତେଲେଙ୍ଗାନା ପୋଲିସ । ଆୟୁଷ ବଢାଇବାକୁ ପୋଲିସ ଜଣଙ୍କ ଅପିଲ୍ କରିଛନ୍ତି । ତେଲେଙ୍ଗାନା ମଦୁରାଇ ଜିଲ୍ଲାର ଏହି ପୋଲିସ ଉକ୍ତ ଚିଠି ଲେଖିଥିଲାବେଳେ ସେଥିରେ ନାମ ଉଲ୍ଲେଖ କରିନାହାନ୍ତି । ଆପଣମାନଙ୍କୁ ଏହା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ୍ୟ । ଜୀବନକାଳ ବଢାଇବାକୁ ମୃତୃ୍ୟର ସୌଦାଗର କୁ ଅନୁରୋଧ କରିଛନ୍ତି । ଉକ୍ତ ଚିଠିରେ ପୋଲିସ ଟ୍ୟାଗ ବ୍ୟତିତ ନାମ ଉଲ୍ଲେଖ କରିନାହାନ୍ତି । ହେଲେ ଜୀବନକାଳ ବଢାଇବାକୁ ଅନୁରୋଧ କରିଛନ୍ତି । ଚିଠିରେ ପୋଲିସ ଜଣଙ୍କ ଉଲ୍ଲେଖ କରିଛନ୍ତି ଆମେ କୌଣସି ଅସୁବିଧାର ସମ୍ମୁଖୀନ ହେଉନାହୁଁ । ଆମର ମୁଳ ଲକ୍ଷ୍ୟ ହେଉଛି ଲୋକଙ୍କ ଜୀବନ ରକ୍ଷା କରିବା । ସେହି ଲକ୍ଷ୍ୟ ପୁରଣ କରିବାକୁ ଆମର କିଛି ଦାୟିତ୍ୱ ରହିଛି । ତେଣୁ ଦୟାକରି ଆମର ଜୀବନକାଳ ବଢାଇବାକୁ ଅନୁରୋଧ କରିଛନ୍ତି । ଏତିସହ ସେ ଆହୁରି ମଧ୍ୟ ଲେଖିଛନ୍ତି ଯଦି ଆପଣ ଭାବୁଛନ୍ତି ଆମେ ଆମର କର୍ତ୍ତବ୍ୟ ପୁରଣ କରିଛୁ ଦୟାକରି ନିଶ୍ଚିତ କରନ୍ତୁ ଯେ ଆମର ମୃତୃ୍ୟ ହେଉଛି ଯାହା ଆମ ଦେଶ ପାଇଁ ଉପଯୋଗୀ । ଏହା ହେଉଛି ଆମର ମୃତୃ୍ୟ । ଏହି ଚିଠି ପାଇବା ପରେ ମୁଁ ଆଶା କରୁଛି ଯେ ତୁମେ ପୋଲିସଙ୍କ ଜୀବନ ନେବା ପୁର୍ବରୁ କିଛି ଦୟା ଦେଖେଇବେ ଶେଷରେ ଏହା ମଧ୍ୟ କହିଛନ୍ତି ମୁଁ ଏହି ଚିଠି ଜଣେ ପୋଲିସ କର୍ମଚାରୀଙ୍କ ଦ୍ୱାରା ପଠାଉଛି । ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି ।



Visitors Today : 0
Total Visitors : 130169
Total Views : 9891615
Visitors Online Now : 0