ନୂଆଦିଲ୍ଲୀ: ସେପ୍ଟେମ୍ବର ମାସରେ ଜେଇଇ ଓ ଏନଇଇଟି ପରୀକ୍ଷା ହେବା ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି । କରୋନା କଟକଣା ଭିତରେ ପରୀକ୍ଷା କରିବାକୁ କଂଗ୍ରେସ ତରଫରୁ ବିରୋଧ କରାଯାଇଛି । ଏନେଇ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଆଜି ଏକ ବଡ ବୈଠକ ଡାକିଛନ୍ତି । ଏହି ବୈଠକରେ କଂଗ୍ରେସ ଶାସିତ ରାଜ୍ୟଗୁଡିକର ମୁଖ୍ୟମନ୍ତ୍ରୀଙ୍କ ବ୍ୟତୀତ କଂଗ୍ରେସକୁ ସମର୍ଥନ କରୁଥିବା ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି । ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି ବୈଠକ ଆରମ୍ଭ ହୋଇଛି । ଜେଇଇ ପରୀକ୍ଷା ସେପ୍ଟେମ୍ବର ୧ରୁ ୬ ମଧ୍ୟରେ ହେବାକୁ ଥିବାବେଳେ ଏନଇଇଟି ପରୀକ୍ଷା ସେପ୍ଟେମ୍ବର ୧୩ ରେ ହେବାପାଇଁ ସୁପ୍ରିମକୋର୍ଟ ଅନୁମୋଦନ ଦେଇଛନ୍ତି । ତେବେ କଂଗ୍ରେସ ସମେତ ଶିବସେନା ଏବଂ ଟିଏମସି ଛାତ୍ରଛାତ୍ରୀଙ୍କ ସୁରକ୍ଷା କାରଣ ଦର୍ଶାଇ ପରୀକ୍ଷା ସ୍ଥଗିତ ରଖିବାକୁ ଦାବି କରୁଛନ୍ତି । ଏହି ବୈଠକରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି , ‘ଆସନ୍ତୁ ଆମେ ସୁପ୍ରିମକୋର୍ଟ ଯିବା । ଏ ବିଷୟରେ ଆଲୋଚନା କରିବା । ପରିସ୍ଥିତି ଅତ୍ୟନ୍ତ ଗମ୍ଭୀର । ଏହା ଛାତ୍ରଛାତ୍ରୀମାନଙ୍କ ପାଇଁ ମାନସିକ ଯନ୍ତ୍ରଣା । ମୁଁ ଗଣତନ୍ତ୍ରରେ ଏତେ ଅତ୍ୟାଚାର ଦେଖି ନାହିଁ । ଆମକୁ ପିଲାମାନଙ୍କ ପାଇଁ ସ୍ୱର ଉତ୍ତୋଳନ କରିବାକୁ ପଡିବ । ’



Visitors Today : 6
Total Visitors : 130175
Total Views : 9891622
Visitors Online Now : 0