ଭୁବନେଶ୍ୱର: ରାଜ୍ୟରେ କରୋନା ମୁକାବିଲା ଜାରି ରହିଛି । ଗତ ୨୪ ଘଣ୍ଟାରେ ୬୮ ହଜାରୁ ଉର୍ଦ୍ଧ୍ୱ କରୋନା ନମୁନା ପରୀକ୍ଷା କରାଯାଇଛି । ଆରଟିପିସିଆର , ଆଣ୍ଟିଜେନ୍ ଓ ଟ୍ରୁନଟ୍ ମାଧ୍ୟମରେ ଏହି ପରୀକ୍ଷା କରାଯାଇଥିବା ନେଇ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି । ବର୍ତ୍ତମାନ ସୁଦ୍ଧା ଆରଟିପିସିଆରରେ ୭,୨୮୮ଟି, ଆଣ୍ଟିଜେନ୍ରେ ୬୦,୬୮୬ଟି ଏବଂ ଟ୍ରୁନଟ୍ ପଦ୍ଧତିରେ ୧୧୬ଟି କରୋନା ପରୀକ୍ଷା କରାଯାଇଛି ।
ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୧୦, ୭୧୯ ଟି କରୋନା ନମୁନା ପରୀକ୍ଷା କରାଯାଇଛି । ମୟୁରଭଞ୍ଜରେ ୮୭୪୪ଟି , କେନ୍ଦ୍ରାପଡ଼ାରେ ୮୦୦୩ଟି , କେନ୍ଦୁଝରରେ ୬୬୩୨ଟି, ଯାଜପୁରରେ ୧୩୮୪ଟି, ଝାରସୁଗୁଡ଼ାରେ ୧୬୪୪ଟି ଓ ଜଗତସିଂହପୁରରେ ୨୧୨ଟି କରୋନା ନମୁନା ପରୀକ୍ଷା ହୋଇସାରିଥିବା ସୂଚନା ମିଳିଛି । ମୋଟ ୧୪ ଲକ୍ଷରୁ ଉର୍ଦ୍ଧ୍ୱ କରୋନା ନମୁନା ପରୀକ୍ଷା ହୋଇସାରିଥିବା କୁହାଯାଇଛି ।
ସମ୍ବେଦନଶୀଳ ଗଞ୍ଜାମ ଜିଲ୍ଲାରେ କେରୋନା ନମୁନା ପରୀକ୍ଷା ୨ ଲକ୍ଷ ଟପିଥିବା ନେଇ ଜିଲ୍ଲାପାଳ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ଏଥି ସହିତ ସେ ବିଡ଼ିଓ ଟିମ୍ ଓ ଲାବୋରୋଟୋରି ଟେକ୍ନିସିଆନମାନଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0