ଅନୁଗୁଳ: ଚତୁର୍ଥ ଶ୍ରେଣୀ ବହିରେ ଭୁଲ ପାଠ । ପିଲାଙ୍କ ପାଇଁ ଲେଖାଯାଇଛି ‘ ଭାରତରେ ୨୯ ରାଜ୍ୟ ଓ ୭ଟି କେନ୍ଦ୍ର ଶାସିତ ଅଞ୍ଚଳ’ । ୨୦୨୦ ମସିହାରେ ରାଜ୍ୟ ସ୍କୁଲ ଏବଂ ଗଣଶିକ୍ଷା ବିଭାଗ ଚତୁର୍ଥ ଶ୍ରେଣୀ ପିଲାଙ୍କ ପାଇଁ ଯେଉଁ ‘ଆମେ ଓ ଆମ ପରିବେଶ’ ବହି ଛାପିଛି ସେଥିରେ ଏହି ବହି ଭୁଲ ଛାପିଛି । ଯାହାକୁ ନେଇ ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ଏଭଳି ତ୍ରୁଟିରେ ତୁରନ୍ତ ସୁଧାର ପାଇଁ ପ୍ରାଥମିତ ଶିକ୍ଷକ ସଂଘ ବିଭାଗୀୟ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛି । ପୂର୍ବରୁ ଦେଶରେ ୭ଟି କେନ୍ଦ୍ର ଶାସିତ ଅଞ୍ଚଳ ଥିଲା । ଜାମ୍ମୁ ଓ କାଶ୍ମୀର ରାଜ୍ୟ ଦୁଇ କେନ୍ଦ୍ର ଶାସିତ ଅଞ୍ଚଳରେ ଭାଗ ପରେ ଭାରତର କେନ୍ଦ୍ର ଶାସିତ ଅଞ୍ଚଳ ସଂଖ୍ୟା ୯କୁ ବୃଦ୍ଧି ପାଇଥିଲା । କିନ୍ତୁ ମଝିରେ ଡାମନ ଏବଂ ଡ୍ୟୁ , ଦାଦ୍ରା ଓ ନଗର ହାବେଳୀ ପ୍ରମୁଖ ଦୁଇ କେନ୍ଦ୍ର ଶାସିତ ଅଞ୍ଚଳକୁ ଏକ କରିବାକୁ ସଂସଦରେ ବିଲ ପାରିତ ହୋଇଥିଲା । ରାଷ୍ଟ୍ରପତିଙ୍କ ଅନୁମୋଦନ କ୍ରମେ ଏହି ଦୁଇ କେନ୍ଦ୍ର ଶାସିତ ଅଞ୍ଚଳକୁ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳ ଭାବେ ପରିଗଣନା କରାଯାଇଛି । ଯାହାର ନାମ ଦାଦ୍ରା ଏବଂ ନଗର ହାବେଳୀ ଏବଂ ଡାମନ ଏବଂ ଡ୍ୟୁ କରାଯାଇଛି । ୨୦୧୯ ମସିହା ଡିସେମ୍ବର ତାରିଖ ଦେଶର ଗେଜେଟିୟରରେ ଏହା ପ୍ରକାଶ ପାଇବା ପରେ ଭାରତରେ କେନ୍ଦ୍ର ଶାସିତ ଅଞ୍ଚଳ ସଂଖ୍ୟା ୯ରୁ କମିଯାଇ ୮ରେ ପହଞ୍ଚିଛି । କେବଳ ସେତିକି ନୁହେଁ, ବହିରେ ପିଳାଙ୍କୁ ପଚରାଯାଇଥିବା ପ୍ରଶ୍ନ ବି ଦ୍ୱନ୍ଦ ସୃଷ୍ଟି କରୁଛି । ‘ଆମ ଦେଶରେ କେତୋଟି ରାଜ୍ୟ?’ ବୋଲି ପିଲାଙ୍କୁୁ ପ୍ରଶ୍ନ କରାଯାଇଛି । ବିଷୟରେ ୨୯ଟି ରାଜ୍ୟ କଥା ଉଲ୍ଲେଖ କରାଯାଇଥିବା ବେଳେ ପ୍ରଶ୍ନର ସାମ୍ଭାବ୍ୟ ଉତ୍ତରରେ ଦିଆଯାଇଛି ୨୫, ୨୭, ୨୮, ଓ ୩୦ । ଏହି ଭୁଲ ତଥ୍ର୍ୟ ସାଙ୍ଗକୁ ସରକାରଙ୍କର ଏ ପୁସ୍ତକ ପିଲାଙ୍କୁ ଦ୍ୱନ୍ଦରେ ପକାଇବା ସହ ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0