କଟକ: କରୋନା ସଂକ୍ରମଣ କାରଣରୁ ଏସସିବି ସେଣ୍ଟ୍ରାଲ ଆଇସିୟୁରେ ତାଲ ପଡ଼ିଯାଇଛି । ଆଇସିୟୁରେ କାର୍ଯ୍ୟରତ ୧୨ ଜଣ ନର୍ସ ଓ ୨ଜଣ କର୍ମଚାରୀ ପଜିଟିଭ ଚିହ୍ନଟ ହେବ ପରେ ୩୦ ବେଡ଼ ବିଶିଷ୍ଟ ଏହି ଗୁରୁତ୍ୱପୂର୍ଣ୍ଣ ୟୁନିଟକୁ ୨୪ ଘଣ୍ଟା ପାଇଁ ବନ୍ଦ ରଖାଯାଇଛି । ଆଇସିୟୁରେ ଥିବା ରୋଗୀମାନଙ୍କୁ ଟ୍ରମା, ମେଡ଼ିସିନ୍ ଓ ପ୍ରସୂତ ବିଭାଗ ଆଇସିୟୁରେ ସାମୟିକ ଭାବେ ନିଶ୍ଚେତକ ବିଭାଗର ମୁଖ୍ୟ ପ୍ରଫେସର ଡ଼ାକ୍ତର ଦୈତାରୀ ରାଉତରାୟ ସୂଚନା ଦେଇଛନ୍ତି ।
ଏସସିବିର ସବୁଠୁ ବଡ଼ ଆଇସିୟୁ ସଂକ୍ରମଣ ବ୍ୟାପିବା ଘଟଣା ଡ଼ାକ୍ତରଖାନା ପ୍ରଶାସନ ପାଇଁ ଚିନ୍ତା ସୃଷ୍ଟି କରିଛି । ଗତକାଲି ସେଣ୍ଟ୍ରାଲ ଆଇସିୟୁରୁ ୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲା । ସେମାନଙ୍କ ସଂସ୍ପର୍ଶରେ ଆସି ଆଇସିୟୁରେ କାର୍ଯ୍ୟରତ ୧୨ଜଣ ନର୍ସ ଓ ଦୁଇଜଣ କର୍ମଚାରୀଙ୍କୁ ମିଶାଇ ମୋଟ ୧୪ଜଣ କରୋନା ସଂକ୍ରମିତ ହୋଇଥିଲେ । ଫଳରେ ସେଣ୍ଟ୍ରାଲ୍ ଆଇସିୟୁକୁ ଆଉ ଚଳାଇବା ସମ୍ଭବ ହୋଇନଥିଲା । ଆଇସିୟୁକୁ ସଟ୍ଡାଉନ୍ କଲାବେଳକୁ ସେଠାରେ ୫ରୁ ୭ଜଣ ରୋଗୀ ଥିବା ଡାକ୍ତର ରାଉତରାୟ କହିଛନ୍ତି । ସେହିପରି ଗତ ଦୁଇଦିନ ମଧ୍ୟରେ ଏସସିବିର ସର୍ଜରୀ, ନିଶ୍ଚେତକ ଓ ଦନ୍ତରୋଗ ବିଭାଗରୁ ୧୫ରୁ ଅଧିକ ଡାକ୍ତର କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ସର୍ଜରୀ ବିଭାଗରୁ ଆଜି ଜଣେ ପିଜି ଡାକ୍ତର କରୋନା ପଜିଟିଭ୍ ହୋଇଥିବା ବେଳେ ଏଯାବତ୍ ନିଶ୍ଚେତକ ବିଭାଗରୁ ୮ଜଣ ପାଖାପାଖି ଡାକ୍ତର କରୋନା ସଂକ୍ରମିତ ହୋଇଥିବା ସୂଚନା ମିଳିଛି ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0