ଲଘୁଚାପ ଜନିତ ଲଗାଣ ବର୍ଷା ରେ ଫୁଲୁଛି ଜଳକା ନଦୀର ଜଳସ୍ତର । ବାଲେଶ୍ୱର ଜିଲ୍ଲା ବସ୍ତା ଦେଇ ପ୍ରଭାବିତ ହେଉଥିବା ଜଳକା ନଦୀ ବିପଦ ସଙ୍କେତ ଉପରେ ପ୍ରଭାବତି ହେଉଛି । ମଥାନୀ ଠାରେ ବିପଦ ସଙ୍କେତ ୫.୫୦ ମିଟର ଥିବା ବେଳେ ଆଜି ସକାଳ ସୁଦ୍ଧା ୭.୦୫ ମିଟର ଜଳ ପ୍ରଭାବିତ ହେଉଛି । ବସ୍ତା ଅଞ୍ଚଳର ହଜାର ହଜାର ଏକର ଚାଷ ଜମି ପାଣିରେ ବୁଡି ରହିଛି । ସେପଟେ କଟିପୋଲ ସାନଖୁଡି ରାସ୍ତା ଉପରେ ୪ଫୁଟର ଉଚ୍ଚର ବନ୍ୟା ଜଳ ପ୍ରଭାବିତ ହେଉଥିବା ବେଳେ ବାହାର୍ଦ୍ଦା ମଥାନୀ ରାସତାରେ ୨ ଫୁଟ ଉପରେ ବନ୍ୟା ପାଣି ବୋହୁଛି । । ଫଳରେ ପ୍ରଭାବିତ ହୋଇଥିବା ବେଳେ ବ୍ଲକର ୭ଟି ପଞ୍ଚାୟତ ର ୨୦ ରୁ ଅଧିକ ଗାଁ ଜଳବନ୍ଦୀ ହୋଇଥିବା ସୂଚନା ମିଳିଛି । ନଦୀର ଉପର ମୁଣ୍ଡ ମୟୁରଭଞ୍ଜ ଜିଲ୍ଳା ରାସଗୋବିନ୍ଦପୁର , ମୋରକା, ଚିତ୍ରଡା, ସୁଳିଆପଜା ଅଞ୍ଚଳରେ ପ୍ରବଳ ବର୍ଷା କାରଣରୁ ଜଳକାରେ ଜଳସ୍ତର ବଢିବାରେ ଲାଗିଛି ।



Visitors Today : 5
Total Visitors : 130180
Total Views : 9891631
Visitors Online Now : 1