ଚାନ୍ଦବାଲି: ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ବୋଡକ ଠାରେ କୂଳ ଲଂଘିଛି ବୈତରଣୀ । ଫଳରେ ରାସ୍ତା ଉପରେ ୩ ଫୁଟର ବନ୍ୟା ପାଣି ପ୍ରଭାହିତ ହୋଇଛି । ବିପଦରେ ଚାନ୍ଦବାଲି ବ୍ଲକର ୪ ଗୋଟି ପଞ୍ଚାୟତର ୨୫ରୁ ଊର୍ଦ୍ଧ୍ୱ ଗାଁ ରହିଛି । ଆରଡି ଆଖଣ୍ଡଳମଣି- ଯାଜପୁର ଜାତୀୟ ରାଜପଥ ବୋଡକ ଠାରେ ୩ଟି ସ୍ଥାନରେ ୨ ଫୁଟର ବନ୍ୟା ପାଣି ପ୍ରବାହିତ ହେଉଛି । ତେବେ ବୋଡକ ଠରେ କିଛି ସ୍ଥାନରେ ନଦୀ ବନ୍ଧ ଦୁର୍ବଳ ଥିବାରୁ ବାଲି ବସ୍ତା ପକାଯାଇ ତାକୁ ଅଟକା ଯାଉଥିବାର ଦେଖିବାକୁ ମିଳିଛି । ତେବେ ଏହି ବନ୍ୟା ପାଣି ଯୋଗୁଁ ଆରଡି, ନାନ୍ଦପୁର, ସୁନ୍ଦରପୁର ଓ ଓଳଗ ପଞ୍ଚାୟତର ହଜାର ହଜାର ହେକ୍ଟର ଚାଷ ଜମିକୁ ମାଡି ଚାଲିଥିବା ବେଳେ ତଳିଆ ଅଞ୍ଚଳ ମଧ୍ୟ ପାଣି ଘେରରେ ରହିଲାଣି । ତେବେ ବୈତରଣୀରେ ବଡ ବନ୍ୟା ଆସୁଛି ବୋଲି ଜାଣିବା ପରେ ନଦୀ କୂଳିଆ ଲୋକେ ଭୟଭୀତ ହୋଇ ପଡିଛନ୍ତି ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0