ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୩ ଲକ୍ଷ ଟପିଲାଣି । ସାଧରଣ ଲୋକଙ୍କ ସହ ଅନେକ ବଡ଼ ବଡ଼ ନେତା ମଧ୍ୟ ଏହାର ଶିକାର ହେଉଛନ୍ତି । କେନ୍ଦ୍ରମନ୍ତ୍ରୀ କୃଷ୍ଣପାଲ ଗୁଜ୍ଜର କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେ ଖୋଦ୍ ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ପରୀକ୍ଷା କରିବା ପାଇଁ ସେ କରୋନା ଟେଷ୍ଟ କରିଥିଲେ । ଆଉ ଟେଷ୍ଟରୁ ସେ ପଜିଟିଭ ଥିବା ଜଣାପଡ଼ିଥିଲା । ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ଲୋକଙ୍କୁ ସେ କରୋନା ପରୀକ୍ଷା କରାଇନେବାକୁ ଅନୁରୋଧ କରିଛନ୍ତି । ପୂର୍ବରୁ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହାର ଲାଲ ଖଟ୍ଟର କରୋନା ପଜିଟିଭ୍ ଥିବା ସୂଚନା ମିଳିଥିଲା ।



Visitors Today : 2
Total Visitors : 130171
Total Views : 9891617
Visitors Online Now : 0