ନୂଆଦିଲ୍ଲୀ: ବିରାଟ ଓ ଅନୁଷ୍କାଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର । ଅନୁଷ୍କା ଗର୍ଭବତୀ ଥିବା ନେଇ ଇନଷ୍ଟାଗ୍ରାମରେ ପୋଷ୍ଟ କରିବା ପରେ ଦୁଇଜଣଙ୍କୁ ବିଭିନ୍ନ ଆଡ଼ୁ ଶୁଭେଚ୍ଛାର ସୁଅ ଛୁଟିଥିଲା । ପୋଷ୍ଟରେ ତାଙ୍କ ସନ୍ତାନ ୨୦୨୧ ମସିହା ଜାନୁଆରି ସୁଦ୍ଧା ଆସିପାରେ ବୋଲି ସେ ସୂଚନା ଦେଇଛନ୍ତି । ଏହା ପରେ ବଲିଉଡ଼୍ ଇଣ୍ଡଷ୍ଟ୍ରୀର ଅନେକ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେମାନଙ୍କ ମଧ୍ୟରେ ଦିଆ ମିର୍ଜା , ବରୁଣ ଧାୱନ, ତାପସୀ ପନ୍ନୁ , ପୂଜା ହେଗଡେ, ସାନ୍ୟା ମାଲହୋତ୍ରା, କିଆରା ଆଡଭାନି ଆଦି ମଧ୍ୟ ମେସେଜ ମାଧ୍ୟମରେ ଉଭୟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ଉଲ୍ଲେଖଯୋଗ୍ୟ ଯେ ଅନେକ ବର୍ଷ ଧରି ଦୁଇ ଜଣ ରିଲେସନଶିପରେ ରହିବା ପରେ ୨୦୧୭ ଡିସେମ୍ବରରେ ଉଭୟ ଇଟାଲୀର ଲେକ୍ କେମୋଠାରେ ବିବାହ କରିଥିଲେ । ବିରାଟ ଓ ଅନୁଷ୍କା ନିକଟରେ ଇନଷ୍ଟାଗ୍ରାମରେ ଏକ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ଭାଗ ନେଇ ଉଭୟଙ୍କ ପେଶା ବାବଦରେ ଉତ୍ତର ରଖିଥିଲେ ।



Visitors Today : 2
Total Visitors : 130171
Total Views : 9891617
Visitors Online Now : 0