spot_img

ହୀରାକୁଦରେ ଖୋଲିଲା ଆଉ ୧୬ ଟି ଗେଟ

ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରେ ଖୋଲିଲା ଆଉ ୪ଟି ସୁଇସ୍ ଗେଟ୍ । ବର୍ତ୍ତମାନ ୧୬ ଟି ସୁଇସ ଗେଟ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି । ହୀରାକୁଦ ଜଳଭଣ୍ଡାରର ଜଳସ୍ଥର ଧିରେ ଧିରେ ବୃଦ୍ଧିପାଇବାରେ ଲାଗିଛି । ଜଳଭଣ୍ଡାରର ଜଳସ୍ତର ବିପଦ ସଙ୍କେତ ୬୩୦ ଫୁଟରୁ ୬୨୦ ଫୁଟରେ ପ୍ରବାହିତ ହେଉଛି । ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ ୩ଲକ୍ଷ ୬୩ ହଜାର ୪୭୧ କ୍ୟୁସେକ ବନ୍ୟାଜଳ ପ୍ରବେଶ କରୁଥିବା ବେଳେ ପ୍ରତି ସେକେଣ୍ଡରେ ଲକ୍ଷେ ୭୨ ହଜାର ୭୯୧ କ୍ୟୁସେକ ବନ୍ୟାଜଳ ନିଷ୍କାସିତ ହେଉଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular