ଜିଏସଟି ପରିଷଦର ୪୧ତମ ବୈଠକ ଭିଡିଓ କନଫେରନ୍ସି ଜରିଆରେ ଅନୁଷ୍ଠିତ ହେବ । ଏଥିରେ କେନ୍ଦ୍ର ସରକାରଙ୍କ ଦ୍ୱାରା ରାଜ୍ୟମାନଙ୍କ କ୍ଷତିପୁରଣ ନେଇ ଆଲୋଚନା ହେବ । ଏହି ବୈଠକ ସହ ଜଡିତ ଥିବା ଜଣେ ଅଧିକାରୀ ଏହି ସୁଚନା ଦେଇଛନ୍ତି । ଜୁଲାଇ ପହିଲାରେ ଏହି ବୈଠକ ହେବା ନେଇ ନିର୍ଦ୍ଧାରଣ ହୋଇଥିଲା । ଅର୍ଥମନ୍ତ୍ରୀ ନିର୍ମଳା ସାତାରମଣ କୋରାନା କାଳରେ ଜୁନରେ ଜିଏସଟି ବୈଠକ ପରେ ଏ ନେଇ ଘୋଷଣା ମଧ୍ୟ କରିଥିଲେ ।ମାର୍ଚ୍ଚ ପରେ ରାଜ୍ୟକୁ ଜିଏସଟି କ୍ଷତିପୁରଣ ବାବଦରେ ଘୋଷଣା କରାଯାଇନାହିଁ । ଏପିରିକି ମାର୍ଚ୍ଚ ମାସର କ୍ଷତିପୁରଣ ମଧ୍ୟ ବିଳମ୍ବ ହେଉଛି ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0