ପୁରୀ: ରୂପାରେ ଝଲସିବ ପୁରୀ ଶ୍ରୀମନ୍ଦିର ଦ୍ୱାର । ଶ୍ରୀମନ୍ଦିର ସିଂହଦ୍ୱାର, ଜୟବିଜୟ , କଳାହାଟ, ଭିତରେ ଓ ବାହାର ରତ୍ନ ଭଣ୍ଡାର, ଦ୍ୱାର ଉତ୍ତର ପଶ୍ଚିମ ଓ ଦକ୍ଷିଣ ଦ୍ୱାର ନୂତନ କରି ନିର୍ମାଣ ହେବ । ଏହା ଦୀର୍ଘସ୍ଥାୟୀ ହେବ । ସମସ୍ତ ଦ୍ୱାରରେ ରୂପା ଚାଦର ଦିଆଯିବ । ଚାଦର ମୋଟେଇ ୧୪ରୁ ୧୮ ଗଜ୍ ରହିବ । ଏହି ହିସାବକୁ ବିଚାର କଲେ ପ୍ରତ୍ୟେକ ଦ୍ୱାରରେ ପାଖାପାଖି ଏକ କୁଇଣ୍ଟାଲ ରୂପା ଲାଗିବ । ଏହି ସବୁ ଦ୍ୱାରରେ ଲାଗିବାକୁ ଥିବା ରୂପାକୁ ଜଣେ ଦାତା ଦେବାକୁ ସହମତି ପ୍ରଦାନ କରିଛନ୍ତି । ଶ୍ରୀମନ୍ଦିର ରୁପା ତଥା ଅର୍ଥ ଏହି ସବୁ ଦ୍ୱାର ନିର୍ମାଣରେ ଲାଗିବ ନାହିଁ ବୋଲି ଖବର ମିଳିଛି । ରାଜସ୍ଥାନର ଜୟପୁର କାରିଗରମାନେ ଏହି ସବୁ ଦ୍ୱାରର ଡିଜାଇନ କରିବେ। ଉକ୍ତ ଡିଜାଇନ ଉପରେ ପ୍ରାରମ୍ଭିକ ପ୍ରାଶାସନିକ ଆଲୋଚନା ପରେ ବିଚାର ବିମର୍ଶ ଚାଲିଛି। ଦ୍ୱାରନିର୍ମାଣର ରୂପରେଖ ଚୂଡ଼ାନ୍ତ ହେବା ବେଳକୁ ସାତ ଆଠ ଦିନ ଲାଗିଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ସୂତ୍ରରୁ ଜଣାପଡ଼ିଛି । ଜିଲ୍ଲାପାଳ ତଥା ଶ୍ରୀମନ୍ଦିର ପରିଚାଳନା କମିଟିର ଉପମୁଖ୍ୟ ପ୍ରଶାସକ ବଲୱନ୍ତ ସିଂ ଶ୍ରୀମନ୍ଦିରର ଏହି ସବୁ ଦ୍ୱାରଗୁଡ଼ିକ ନୂତନ ନିର୍ମାଣର ମୁଖ୍ୟ ତତ୍ତ୍ୱାବଧାରକ ରହିଛନ୍ତି ।
ଉଲ୍ଲେଖନୀୟ, ମହାପ୍ରଭୁଙ୍କ ନବକବେଳବର ପୂର୍ବରୁ ସିଂହଦ୍ୱାର, କଳାହାଟ ଦ୍ୱାର ଶାଳ କାଠରେ ନିର୍ମାଣ କରାଯାଇ ପିତ୍ତଳ ଚାଦର ପଡ଼ିଥିଲା । ମହାପ୍ରଭୁଙ୍କ ଏହି ଦୁଇ ଦ୍ୱାର ପିତ୍ତଳ ଚାଦର ବଦଳରେ ରୁପା ଚାଦର ଲାଗିବ । ଏହି ପରିକଳ୍ପନା ସଫଳ ହେଲେ ଆଉ ଶହେ ବର୍ଷ ପର୍ୟ୍ୟନ୍ତ ଶ୍ରୀମନ୍ଦିର ଏହି ଦ୍ୱାରଗୁଡ଼ିକର ଆଉ ମରାମତି ଆବଶ୍ୟକ ହେବ ନାହିଁ ।



Visitors Today : 2
Total Visitors : 130428
Total Views : 9891959
Visitors Online Now : 0