ଭୁବନେଶ୍ୱର : ଲଣ୍ଡନରେ ଭବ୍ୟ ଜଗନ୍ନାଥ ମନ୍ଦିର ନିର୍ମାଣ ହେବ। ୪ ମିଲିୟନ ୟୁରୋପୀୟ ଡଲାର ବ୍ୟୟରେ ଏହା ନିର୍ମିତ ହୋଇ ୨୦୨୪ ସୁଦ୍ଧା ନିର୍ମାଣ କାର୍ଯ୍ୟ ଶେଷ କରାଯିବ। ଓଡ଼ିଶା ସୋସାଇଟି ଅଫ୍ ୟୁକେ (ଓଏସ୍ୟୁକେ)ର ୪୧ତମ ବାର୍ଷିକ ଅଧିବେଶନରେ ୟୁକେରେ ପ୍ରବାସୀ ଓଡ଼ିଆଙ୍କ ଦ୍ବାରା ଗଠିତ ଜଗନ୍ନାଥ ଟେମ୍ପୁଲ୍ ଟ୍ରଷ୍ଟ୍, ୟୁକେ ପକ୍ଷରୁ ଏହି ପ୍ରସ୍ତାବ ଦିଆଯାଇଛି। ଅନଲାଇନରେ ହୋଇଥିବା ଏହି ଅଧିବେଶନରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର, ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାୟକ, ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ସାଂସଦ ଅଚ୍ୟୁତ ସାମନ୍ତ, ସୁଜିତ କୁମାର, ଡ.ଅମର ପଟ୍ଟନାୟକ, ଡ.ସସ୍ମିତ ପାତ୍ର, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ପୂର୍ବତନ ସାଂସଦ ରାମଚନ୍ଦ୍ର ଖୁଣ୍ଟିଆ, ପ୍ରସନ୍ନ ପାଟ୍ଟଶାଣୀ, ରଂଜୀବ ବିଶ୍ବାଳ, ପଦ୍ମଶ୍ରୀ ହଳଧର ନାଗ, ଚନ୍ଦ୍ରଭାନୁ ଶତପଥୀ, କେରଳ ପୁଲିସ୍ ଡିଜି ଲୋକନାଥ ବେହେରା ପ୍ରମୁଖ ସାମିଲ୍ ହୋଇ ମନ୍ଦିର ନିର୍ମାଣ ନିମନ୍ତେ ସହଯୋଗ ଯୋଗାଇ ଦିଆଯିବା ବୋଲି ମତ ରଖିଥିଲେ। ଏହି ଅବସରରେ ଟ୍ରଷ୍ଟ ପକ୍ଷରୁ ପାଣ୍ଠି ଯୋଗାଡ଼ ପାଇଁ ନିବେଦନ କରାଯାଇଛି। ଗଜପତି ଦିବ୍ୟସିଂହ ଦେବ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ମଧ୍ୟ ସହାୟତା କରିବା ନେଇ କହିଥିବା ଟ୍ରଷ୍ଟ୍ ପକ୍ଷରୁ ସୂଚନା ଦିଆଯାଇଛି। ଅନଲାଇନରେ ଜଗନ୍ନାଥ ସଂସ୍କୃତି ଓ ସାହିତ୍ୟ ପ୍ରକାଶ ସହ ଭକ୍ତମାନଙ୍କୁ ମନ୍ଦିର ସହ ଯୋଡ଼ିବା ପାଇଁ ଇ-ପାଠାଗାର ଓ ଇ-ହବ୍ ପ୍ରସ୍ତୁତ କରାଯିବ।



Visitors Today : 2
Total Visitors : 130556
Total Views : 9892109
Visitors Online Now : 0