ନୂଆଦିଲ୍ଲୀ: ବିମାନଯାତ୍ରା ସମୟରେ ମାସ୍କ ପିନ୍ଧିବାକୁ ମନା କରୁଥିବା ଯାତ୍ରୀ ନୋ-ଫ୍ଲାଇ ତାଲିକାଭୁକ୍ତ ହୋଇପାରନ୍ତି ବୋଲି ‘ଡାଇରେକ୍ଟୋରେଟ୍ ଜେନେରାଲ୍ ଅଫ୍ ସିଭିଲ୍ ଏଭିଏସନ୍’ (ଡିଜିସିଏ) ଘୋଷଣା କରିଛି।‘ଡିଜିସିଏ’ର ମହାନିର୍ଦେଶକ ଅରୁଣ କୁମାର କହିଛନ୍ତି, ବିମାନଯାତ୍ରା କରୁଥିବା ବେଳେ ଯେଉଁ ଯାତ୍ରୀମାନେ ମାସ୍କ ପିନ୍ଧିବାକୁ ମନା କରିବେ ସେମାନଙ୍କୁ ‘ନୋ-ଫ୍ଲାଇ’ ତାଲିକାଭୁକ୍ତ କରାଯିବ। କିନ୍ତୁ ଅରୁଣ କୁମାର କହିଛନ୍ତି ଯେ, କେତେ ଦିନ ପର୍ଯ୍ୟନ୍ତ ସମ୍ପୃକ୍ତ ଯାତ୍ରୀ ‘ନୋ-ଫ୍ଲାଇ’ ତାଲିକାଭୁକ୍ତ ହେବେ ତାହା କ୍ୟାବିନ୍ କ୍ରୁ’ ଙ୍କ ରିପୋର୍ଟକୁ ମୂଲ୍ୟାୟନ କରି ନିର୍ଦ୍ଧାରଣ କରାଯିବ।‘ଡିଜିସିଏ’ର ଅନ୍ୟ ଜଣେ ଅଧିକାରୀ କହିଛନ୍ତି, ଜଣେ ଯାତ୍ରୀଙ୍କୁ ‘ନୋ-ଫ୍ଲାଇ’ ତାଲିକାଭୁକ୍ତ କରିବାକୁ ବିମାନରେ ଥିବା କ୍ୟାବିନ୍ କ୍ରୁ’ଙ୍କୁ ଫୋନ୍ କରିବାକୁ ପଡ଼ିବ। ଏଥିରେ ବ୍ୟତିକ୍ରମ ବି ରହିଛି। ଖାଇବା, ପିଇବା କିମ୍ବା ଅନ୍ୟକୌଣସି କାରଣ ଲାଗି ଯଦି କୌଣସି ଯାତ୍ରୀ ମାସ୍କ କାଢ଼ନ୍ତି ତେବେ ତାହା କ୍ଷମଣୀୟ। କିନ୍ତୁ, ଜାଣିଶୁଣି ବିନା କୌଣସି କାରଣରେ ମାସ୍କ ପିନ୍ଧିବାକୁ ମନା କରୁଥିବା ଯାତ୍ରୀଙ୍କ ବିରୋଧରେ ‘ନୋ-ଫ୍ଲାଇ’ ଭଳି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।



Visitors Today : 2
Total Visitors : 130556
Total Views : 9892109
Visitors Online Now : 0