spot_img

୧୨୩ ଜଣ ଅନ୍ତେବାସୀଙ୍କ ମଧ୍ୟରୁ ୪୦ କରୋନା ପଜିଟିଭ୍

ଭୁବନେଶ୍ବର :  ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ରାଜଧାନୀରେ୨ ଦିନ ତଳେ ୮ଟି ଆଶ୍ରୟସ୍ଥଳୀର ଅନ୍ତେବାସୀଙ୍କ କରୋନା ଟେଷ୍ଟ ହୋଇଥିଲା। ୧୨୩ ଜଣଙ୍କ ମଧ୍ୟରୁ ୪୦ ଜଣ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିଲେ। ଏମାନଙ୍କୁ କୌଣସି କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇ ନାହିଁ କିନ୍ତୁ ସମସ୍ତ ପ୍ରକାର ଚିକିତ୍ସା ସେମାନଙ୍କୁ ଯୋଗାଇ ଦିଆଯାଇଛି।

ମିଳିଥିବା ସୂଚନା ମୁତାବକ, ଉକ୍ତ ଆଶ୍ରୟସ୍ଥଳୀରେ ଜଣେ ରୋଷେୟା କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ସେ ବିଭିନ୍ନ ସ୍ଥାନରେ ରୋଷେଇ କରି ଫେରିବା ପରେ ତାଙ୍କର କରୋନା ଟେଷ୍ଟ ପରେ ପଜିଟିଭ୍ ବାହାରି ଥିଲା। ରୋଷେୟାଙ୍କ ସସ୍ପର୍ଶରେ ଆସିଥିବା ୩୨ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଅନ୍ୟ ୮ ଜଣ ଭୁବନେଶ୍ବର ବିଭିନ୍ନ ସ୍ଥାନର ବୋଲି ଜଣାପଡିଛି।

ଗଙ୍ଗନଗର, ମାଳିସାହି ଅଶୋକ ନଗର, ଭୀମପୁରସ୍ଥିତ ଆଶ୍ରୟସ୍ଥଳୀରୁ ୩୨ ଜଣ ଚିହ୍ନଟ ହୋଇଥିବାରୁ ଏଠାରେ ସମସ୍ତଙ୍କୁ ରଖି ଚିକିତ୍ସା କରାଯାଉଛି। ସବୁଠାରୁ ଆଶ୍ଚର୍ୟ୍ୟକର କଥା ହେଲା ଏହି ଅସହାୟ ବ୍ୟକ୍ତିମାନେ କରୋନା ଚିହ୍ନଟ ହେବା ପରେ ବିଏମ୍ସିର ଚିନ୍ତା ବଢ଼ିଛି। ଏମାନେ କାମ ନିମନ୍ତେ ଭୁବନେଶ୍ବରରେ ବିଭିନ୍ନ ସ୍ଥାନରେ ଯାଆ, ଆସ କରିଥାଆନ୍ତି। ତେଣୁ ସେମାନଙ୍କ ସସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କ କରୋନା ଟେଷ୍ଟ ହେବ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular