ଭୁବନେଶ୍ୱର : ଲାଇ ଡିଟେକ୍ସନ ଟେଷ୍ଟ ବେଳେ ପପୁଙ୍କୁ ୨୫ଟି ପ୍ରଶ୍ନ କରିଛନ୍ତି ତଦନ୍ତକାରୀ ଅଧିକାରୀ । ବିଶେଷ କରି ଆଦିତ୍ୟଙ୍କ ମୃତ୍ୟୁ ପରେ ବିଦ୍ୟାଶ୍ରୀ ଉଠାଇଥିବା ୭୦ ହଜାର ଟଙ୍କାର ସତ ଖୋଜୁଛି କ୍ରାଇମବ୍ରାଞ୍ଚ ।
ଆଜି ଏସବୁ ଘଟଣାର ସତ ଜାଣିବା ପାଇଁ ଆଦିତ୍ୟଙ୍କ ବନ୍ଧୁ ପପୁ, ବିକାଶ,ଦୀପକଙ୍କ ଲାଇ ଡିଟେକ୍ଟନ ଟେଷ୍ଟ କରାଯାଇଛି । ଭୁବନେଶ୍ୱର ଫରେନସିକ ଲ୍ୟାବରେ ଲାଇ ଡିଟେକ୍ସନ ଟେଷ୍ଟ କରାଯାଉଛି । ଗତକାଲି ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀଙ୍କ ଲାଇ ଡିଟେକ୍ସନ ଟେଷ୍ଟ କରାଯାଇଥିଲା । ଲାଇ ଡ଼ିଟେକ୍ସନରେ ବିଦ୍ୟାଶ୍ରୀଙ୍କୁ ୪୦ରୁ ଅଧିକ ପ୍ରଶ୍ନ ପଚରାଯାଇଥିଲା । ବିଦ୍ୟାଶ୍ରୀଙ୍କୁ ୫ ଘଂଟାରୁ ଅଧିକ ସମୟ ଧରି କ୍ରାଇମବ୍ରା ଞ୍ଚ ପଚରାଉଚରା କରିଥିଲା ।
ସେପଟେ ମାନବପ୍ରେମୀ ଆଦିତ୍ୟ ଦାସ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ଦାବି । ଆଦିତ୍ୟଙ୍କ ମୃତ୍ୟୁ ମାମଲାରେ ସିବିଆଇ ତଦନ୍ତ କରିବାକୁ ଦାବି କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀ । ବର୍ତମାନ କ୍ରାଇମବ୍ରା ଞ୍ଚ ତଦନ୍ତ କରୁଥିବା ବେଳେ ଏଥିରେ ସନ୍ତୁଷ୍ଟ ନୁହଁନ୍ତି ବିଦ୍ୟାଶ୍ରୀ । ତେଣୁ ସେ ସିବିଆଇ ତଦନ୍ତ ପାଇଁ ଦାବି କରୁଛନ୍ତି । ଶାଶୁ ଓ ଶ୍ୱଶୁରଙ୍କ ସହ ହାଇକୋର୍ଟରେ ପହଂଚିଛନ୍ତି ବିଦ୍ୟାଶ୍ରୀ ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0