ଖରାପ ଖାଦ୍ୟ-ପାନୀୟ, ପ୍ରଦୂଷଣ, ଅସ୍ୱାସ୍ଥ୍ୟକର ଖାଦ୍ୟ ଏବଂ ଶରୀରରେ ଭିଟାମିନ ଅଭାବ କାରଣରୁ କେଶ ଧଳା ହେବାର ସମସ୍ୟା ଦେଖାଯାଇଥାଏ । ଏନଇ କମ ବୟସରେ ମଧ୍ୟ ଏହା ଚିନ୍ତାର କାରଣ ପାଲଟିଥାଏ । ଏହିକାରଣରୁ ଲୋକମାନେ ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ହେୟାର ଡ୍ରାଏ ଏବଂ ହେୟାର କେୟାର ଭଳି ଅନେକ ପ୍ରଡକ୍ଟ ବ୍ୟବହାର କରିଥାନ୍ତି । କିନ୍ତୁ ଏହାଦ୍ୱାରା କେଶରେ ପାଶ୍ୱର୍ ପ୍ରତିକ୍ରିୟା ଦେଖାଯାଇଥାଏ । ଏନେଇ ଆପଣମାନେ ଘରୋଇ ଉପାୟ ସାହାଯ୍ୟରେ ମଧ୍ୟ ଏହି ସମସ୍ୟାରୁ ରକ୍ଷା ପାଇପାରିବେ । ଏହି ସମସ୍ୟା ଦୂର କରିବାରେ ସବୁଠାରୁ ଲାଭକାରୀ ହୋଇଥାଏ ରସୁଣ । ଏହାବ୍ୟତୀତ ରସୁଣ ବ୍ୟବହାର କରିବା ଦ୍ୱାରା କେଶ ସହ ଜଡିତ ଅନ୍ୟ ସମସ୍ୟା ଦୂର ହେବାରେ ମଧ୍ୟ ଲାଭକାରୀ ହୋଇଥାଏ । ତେବେ ଆସନ୍ତୁ ଜାଣିବା ଅନ୍ୟ କେଉଁ ୩ଟି ଜିନିଷ ସହ ରସୁଣ ମିଶାଇ ଲଗାଇବା ଦ୍ୱାରା କେଶ ଧଳା ହେବାର ସମସ୍ୟା ଦୂର ହୋଇଥାଏ ।
-ପ୍ରଥମେ ରସୁଣକୁ ଭଲଭାବେ ଗ୍ରାଇଣ୍ଡିଂ କରିବା ପରେ ସେଥିରେ ୨ ରୁ ୩ ଚାମଚ ପିଆଜ ରସ ମିଶାନ୍ତୁ । ଏହାପରେ ଏହି ମିଶ୍ରଣକୁ କେଶ ଏବଂ କେଶର ମୂଳରେ ଭଲଭାବେ ଲଗାନ୍ତୁ । ଲଗାଇବାର ୨୦ ରୁ ୩୦ ମିନିଟ ରଖିବା ପରେ ଭଲଭାବେ କେଶକୁ ଧୋଇ ଦିଅନ୍ତୁ । ଏହା ଆପଣଙ୍କ କେଶ ଧଳା ହେବାର ସମସ୍ୟା ଦୂର କରିବାରେ ସହାୟକ ହୋଇଥାଏ । ଏହାକୁ ଆପର ସପ୍ତାହରେ ୨ ରୁ ୩ ଥର ନିଶ୍ଚୟ ବ୍ୟବହାର କରନ୍ତୁ ।
-ଗୋଟିଏ ବୁଦା ରସୁଣକୁ ଭଲଭାବେ ଗ୍ରାଇଣ୍ଡି କରିବା ପରେ ସେଥିରେ ଏକ ଚାମଚ ମହୁ ମିଶାନ୍ତୁ । ଏହି ହେୟାର ମାସ୍କକୁ କେଶ ଏବଂ ସ୍କାଲ୍ପରେ ଲଗାଇ ୩୦ ମିନିଟ୍ ପର୍ଯ୍ୟନ୍ତ ଛାଡିଦିଅନ୍ତୁ । ଏହାପରେ କେଶକୁ ଭଲଭାବେ ଧୋଇ ଦିଅନ୍ତୁ । ଏହି ହେୟାର ମାସ୍କକୁ ସପ୍ତାହରେ ଥରେ ନିଶ୍ଚୟ ବ୍ୟବହାର କରନ୍ତୁ । ଏପରି କରିବା ଦ୍ୱାରା କେଶ ଧଳା ହେବାର ସମସ୍ୟା ବହୁତ ଜଲଦି ଦୂର ହୋଇଥାଏ ।
-୪ ରୁ ୫ଟି ରସୁଣ ନେଇ ପେଷ୍ଟ ପ୍ରସ୍ତୁତ କରିବା ପରେ ସେଥିରେ ୨ ଚାମଚ ନଡ଼ିଆ ତେଲ ମିଶାଇ ଭଲଭାବେ ମିଶ୍ରଣ କରନ୍ତୁ । ଏହି ମିଶ୍ରଣକୁ ଭଲଭାବେ କେଶରଯ ମୂଳ ଏବଂ କେଶରେ ଲଗାନ୍ତୁ । ଲଗାଇବାର ୧୫ ରୁ ୨୦ ମିନିଟ ରଖିବା ପରେ ଭଲଭାବେ ଶାମ୍ପୂ କରିଦିଅନ୍ତୁ । କେଶ ପାଇଁ ଏହା ଏକ ପ୍ରାକୃତିକ ଶାମ୍ପୂ ଭଳି କାମ କରିଥାଏ । ଏହାକୁ ଆପଣ ସପ୍ତହରେ ୨ ରୁ ୩ ଥର ନିଶ୍ଚୟ ବ୍ୟବହାର କରନ୍ତୁ । ଏହାବ୍ୟତୀତ ଏହି ପେଷ୍ଟ ବ୍ୟବହାର କରିବା ଦ୍ୱାରା ରୂପ ସମସ୍ୟା ଦୂର ହେବା ସହ କେଶ ଝଡିବା ମଧ୍ୟ କମ ହୋଇଥାଏ ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0