spot_img

ରିଲିଜ୍ ହେଲା ଅନୁଷ୍କା ଶର୍ମାଙ୍କ ଫିଲ୍ମ “ବୁଲବୁଲ୍‌”

ନେଟଫ୍ଲିକ୍ସରେ ରିଲିଜ୍ ହେଲା ଅନୁଷ୍କା ଶର୍ମାଙ୍କ ଫିଲ୍ମ “ବୁଲବୁଲ୍‌” । ଏହି ୱେବ ଫିଲ୍ମର ପ୍ରୋଡକ୍ସନ କ୍ଲୀନ ସ୍ଲେଟ ଫିଲ୍ମ ଦ୍ୱାରା କରାଯାଇଛି । କ୍ଲୀନ ସ୍ଲେଟ ଫିଲ୍ମ ଅନୁଷ୍କା ଶର୍ମା ଏବଂ ତାଙ୍କ ଭାଇ କର୍ଣ୍ଣେଶ ଶର୍ମାଙ୍କର । ସୂଚନା ମୁତାବକ କିଛି ଦିନ ପୂର୍ବରୁ ଅନୁ୍େ‌କା “ବୁଲବୁଲ” ଫିଲ୍ମର ସୂଚନା ଦେବା ସହ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏହାର ଫାଷ୍ଟ ଲୁକ୍ ସେୟାର କରିଥିଲେ । ଏନେଇ ଫିଲ୍ମ ରିଲିଜ୍ ହେବା ପରେ ଅନୁଷ୍କା ଲେଖିଛନ୍ତି, “ଆମେ ଆପଣଙ୍କ କାଳ୍ପନିକ, ପ୍ରେମ ଏବଂ ମଇଛକ ଦୁନିଆରେ ପ୍ରବେଶ କରିବାକୁ ଅପେକ୍ଷା କରିପାରିବୁ ନାହିଁ ।” ବହୁତ ଜଲଦି ନେଟଫ୍ଲିକ୍ସ ଜରିଆରେ ଆସିବାକୁ ଯାଉଛି “ବୁଲବୁଲ୍‌” ।

ANUSKA-ଫିଲ୍ମ ରିଲିଜ୍ ହେବା ପରେ ସୋସିଆଲ ମିଡିଆରେ ବଲିଉଡର ଲୋକପ୍ରିୟ ନିର୍ଦେଶକ, ଷ୍ଟାର୍ସ ଏବଂ ଲୋକମାନଙ୍କର ପ୍ରତିକ୍ରିୟା ମଧ୍ୟ ଆସିବାକୁ ଲାଗିଛି । “ପୋଷ୍ଟର ବୟେଜ୍‌” ରୁ ନିଜର କ୍ୟାରିୟର ଆରମ୍ଭ କରିଥିବା ଅଭିନେତ୍ରୀ ତୃପ୍ତି ଡିମରୀ “ବୁଲବୁଲ୍‌”ରେ ମୁଖ୍ୟ ଭୂମିକାରେ ନଜର ଆସିବେ । ଏହି ଫିଲ୍ମରେ ସେ ବଙ୍ଗାଳୀ ବୋହୂ ଚରିତ୍ରରେ ଅଭିନୟ କରିଛନ୍ତି । ଫିଲ୍ମରେ ରାହୁଲ ବୋସ, ଅବିନାଶ ତିୱାର, ପାଓଲୀ ଦାମ ଏବଂ ପରମବ୍ରତ ଚାଟାର୍ଜୀ ମଧ୍ୟ ନଜର ଆସିବେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular