ଭୁବନେଶ୍ୱର : ମହାନଦୀରେ ଏକ ବ଼ଡ଼ ବନ୍ୟା ହେବାର ଆଶଙ୍କା ଦିନକୁ ଦିନ ବଢିବାରେ ଲାଗିଛି । ଉପରମୁଣ୍ଡ ଛତିଶଗଡ଼ରେ ପ୍ରବଳ ବର୍ଷା ଲାଗି ରହିଥିବାରୁ ହୀରାକୁଦ ନଦୀବନ୍ଧର ଜଳସ୍ତର ବଢିବାରେ ଲାଗିଛି । ମୋଟ ୪୪ଟି ଗେଟ ଦେଇ ଏବେ ବନ୍ୟା ଜଳ ନିଷ୍କାସିତ ହେଉଛି । ୮ ଲକ୍ଷ ୫୩ ହଜାର ୨୯କ୍ୟୁସେକ ଜଳ ଡ୍ୟାମକୁ ପ୍ରବେଶ କରୁଥିବାବେଳେ ପ୍ରାୟ ୬ ଲକ୍ଷ ୯୪ ହଜାର ୨୦୦ କ୍ୟୁସେକ ଜଳ ସ୍ଲୁଇସ ଗେଟ ଦେଇ ନିଷ୍କାସିତ ହେଉଛି । ହୀରାକୁଦର ଜଳଧାରଣ କ୍ଷମତା ୬୩୦ ଫୁଟ ହୋଇଥିବାବେଳେ ଏପର୍ୟ୍ୟନ୍ତ ଜଳସ୍ତର ୬୨୬ ଫୁଟରେ ପହଞ୍ଚିଛି ।



Visitors Today : 0
Total Visitors : 130175
Total Views : 9891622
Visitors Online Now : 0