ଗୁରୁଗ୍ରାମ: ବହୁସଂଖ୍ୟକ ପଙ୍ଗପାଳ ପଲ ଗୁରୁଗ୍ରାମ ଓ ହରିୟାଣାର ବ୍ୟାପକ ଅଞ୍ଚଳରେ ବ୍ୟାପୀଯାଇଛନ୍ତି। ଗୁରୁଗ୍ରାମର ବିଳାସମୟ ଆବାସିକ ପରିସରରେ ଥିବା ସୁଉଚ୍ଚ ଅଟ୍ଟାଳିକାଗୁଡ଼ିକୁ ମଧ୍ୟ ଏହି ପତଙ୍ଗ ଆଚ୍ଛାଦିତ କରି ପକାଇଛନ୍ତି। ଗୁରୁଗ୍ରାମର ବ୍ୟସ୍ତବହୁଳ ଏମ୍ଜି ରୋଡ୍ ଏବଂ ଆଇଏଫଏଫ୍ସିଓ ଛକ ଅଞ୍ଚଳ ମଧ୍ୟ ପଙ୍ଗପାଳରେ ଆବୃତ ହୋଇପଡ଼ିଛି। ଏହାଛଡ଼ା ଡିଏଲ୍ଏଫ୍ ଫେଜ୍ ୧-୪, ଭିଲେଜ୍ ଚକ୍କରପୁର, ସିକନ୍ଦରପୁର ଏବଂ ସୁଖରାଲି ଅଞ୍ଚଳରେ ମଧ୍ୟ ପଲ ପଲ ପଙ୍ଗପାଳ ପ୍ରବେଶ କରିଛନ୍ତି।ଗୁରୁଗ୍ରାମର ସ୍ଥାନୀୟ ଅଧିବାସୀ ବାସନକୁସନ ପିଟିବା, ଟିଣ ବାଡ଼େଇବା, ବାଣ ଫୁଟାଇବା ପଙ୍ଗପାଳ ହୁରୁଡ଼ାଉଛନ୍ତି। ପଙ୍ଗପାଳମାନେ ଗୁରୁଗ୍ରାମର ବ୍ୟାପକ ଅଞ୍ଚଳକୁ ଚରିଯାଇଛନ୍ତି ବୋଲି ଜଣାପଡ଼ିଛି।

ପଙ୍ଗପାଳଙ୍କ ଆଗମନ ସଂକ୍ରାନ୍ତରେ ସ୍ଥାନୀୟ ଗୁରୁଗ୍ରାମ ଅଧିବାସୀମାନେ ପ୍ରଶାସନ ତରଫରୁ କୌଣସି ଆଗୁଆ ସୂଚନା ପାଇ ନ ଥିଲେ ବୋଲି ଅଭିଯୋଗ କରିଛନ୍ତି। ଆଜି ସକାଳୁ ଆକାଶରେ ଅସୁମାରି ପଙ୍ଗପାଳ ଦେଖି ସେମାନେ ବିସ୍ମିତ ହୋଇଯାଇଥିଲେ।
ଗୁରୁଗ୍ରାମ ଛଡ଼ା, ହରିୟାଣାର ଝାଜାର ଜିଲ୍ଲା ସମେତ ଅନ୍ୟ କେତେକ ଜିଲ୍ଲାରେ ଓ ଗ୍ରାମରେ ମଧ୍ୟ ପଙ୍ଗପାଳ ପ୍ରବେଶ କରିଥିବା ଜଣାପଡ଼ିଛି।



Visitors Today : 0
Total Visitors : 130581
Total Views : 9892137
Visitors Online Now : 0