spot_img

ପ୍ରବାସୀଙ୍କୁ ସହଯୋଗର ହାତ ବଢ଼ାଇଲେ ଅଭିନେତା ସବ୍ୟସାଚୀ

ଭୁବନେଶ୍ବର: ସହଯୋଗର ହାତ ବଢ଼ାଇଲେ ଅଭିନେତା ସବ୍ୟସାଚୀ । ଗୁଜରାଟର ରେ କାମ କରୁଥିବା କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଅଞ୍ଚଳର ଅସୁସ୍ଥ ଯୁବକ ରମାକାନ୍ତଙ୍କୁ କାର ଓ ବସରେ ଘରକୁ ଆସିବାର ବ୍ୟବସ୍ଥା କଲେ ସବ୍ୟସାଚୀ । ଦୁଇ ସପ୍ତାହ ତଳେ ରମାକାନ୍ତ ଅସୁସ୍ଥ ହୋଇପଡିଥିଲେ । ତାଙ୍କର ଶରୀରର କିଛି ଅଙ୍ଗ ଅକାମୀ ହୋଇଥିଲା ।ଶେଷରେ ଜୁନ ୧୭ ତାରିଖରେ ସୋସିଆଲ ମିଡିଆ ଜରିଆରେ ସହଯୋଗ ଲୋଡିଥିଲେ । ଶେଷରେ ସବ୍ୟସାଚୀଙ୍କ ସହଯୋଗରେ ରମାକାନ୍ତ ସୁରକ୍ଷିତ ଭାବେ ଓଡ଼ିଶା ପହଞ୍ଚିଛନ୍ତି । ଭୁବନେଶ୍ୱରରେ ପହଚିଂବା ପରେ ଅସୁସ୍ଥ ଥିବା ଯୁବକଙ୍କର ପ୍ରାଥମିକ ଚିକିତ୍ସା କରାଯାଇଥିଲା । ଏବେ ଅସୁସ୍ଥଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ଥିବା ବେଳେ ସରକାରଙ୍କ ନିୟମ ମାନି ସମେସ୍ତ ଗାଁରେ ଥିବା ସଂଗରୋଧ କେନ୍ଦ୍ରରେ ରହିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular