ଆଥଲେଟିକ କୋଚ ପୁରୁଷୋତ୍ତମ ରାୟଙ୍କର ଗତ ଶୁକ୍ରବାର ଦିନ ବାଙ୍ଗାଲୋରରେ ମୃତ୍ୟୁ ହୋଇଯାଇଛି । ଶନିବାର ଦିନ ତାଙ୍କୁ ରାଷ୍ଟ୍ରୀୟ ଖେଳ ପୁରସ୍କାର ସମାରୋହରେ ଦ୍ରୋଣାଚାର୍ଯ୍ୟ ପୁରସ୍କାରରେ ସମ୍ମାନିତ କରାଯିବାର ଥିଲା । ସେ ରାଷ୍ଟ୍ରୀୟ ଖେଳ ପୁରସ୍କାର ପାଇଁ ପୂର୍ବାଭ୍ୟାସରେ ଯୋଗ ଦେଇଥିଲେ ବୋଲି ଆଥଲେଟିକ ଫେଡ଼େରେସନ ଅଫ ଇଣ୍ଡିଆ ( ଏଏଫଆଇ)ର ଶୀର୍ଷ ଅଧିକାରୀ କହିଛନ୍ତି । ୭୯ ବର୍ଷୀୟ ପୁରୁଷୋତ୍ତମ ରାୟ ୨୦୦୧ରେ ଭାରତୀୟ ଖେଳ ପ୍ରାଧିକରଣ (ସାଇ)ର କୋଚ୍ ପଦରୁ ଅବ୍ୟାହତି ନେଇଥିଲେ । ସେ ବନ୍ଦନା ରାୟ, ଅଶ୍ୱିନୀ ନାଚପ୍ପା, ପ୍ରମିଳା ଅୟପ୍ପା, ରୋଜା କୁଟ୍ଟି, ଏମକେ ଆଶା, ବି. ଶାୟଲା, ମୁରଲୀ କୁଟ୍ଟନଙ୍କ ପରି ଆଥଲେଟଙ୍କୁ ପ୍ରଶିକ୍ଷଣ ଦେଇଛନ୍ତି ।
୧୯୭୪ରେ ନେତାଜୀ ଇଣ୍ଟରଭିୟୁ ଅଫ୍ ସ୍ପୋର୍ଟସରୁ ଡିପ୍ଲୋମା ହାସଲ କରି ସେ ନିଜର କୋଚିଂ କ୍ୟାରିୟର ଆରମ୍ଭ କରିଥିଲେ । ପୂର୍ବତନ ଲଙ୍ଗ୍ ଜମ୍ପର ଅଞ୍ଜୁ ବବି ଜର୍ଜ କହିଛନ୍ତି କି ସେ ଜଣେ ଭଲ କୋଚ ଥିଲେ । ଯାହାଙ୍କଠାରୁ ଅନେକ ଶୀର୍ଷ ଆଥଲେଟ କୋଚିଂ ନେଇଥିଲେ । ପୁରସ୍କାର ପାଇବାର ଦିନକ ପୂର୍ବରୁ ତାଙ୍କ ମୃତ୍ୟୁ ଦୁଃଖଦାୟକ । ପୁରୁଷୋତ୍ତମ ରାୟ ୧୯୮୭ ଆଥଲେଟିକ ଚାମ୍ପିଅନସିପ, ୧୯୮୮ ଏସିଆନ ଟ୍ରାକ ଆଣ୍ଡ ଫିଲ୍ଡ ଚାମ୍ପିଅନଶିପ ଏବଂ ୧୯୯୯ (ଏସ ଏଏଫ) ଗେମ୍ ପାଇଁ ମଧ୍ୟ କୋଚିଂ ଦେଇଥିଲେ । ସେ ସେବା, ଯୁବା ସଶକ୍ତିକରଣ ଓ ଖେଳ ବିଭାଗ (ଡିୱାଇଇଏସ) ଓ ଭାରତୀ ଖେଳ ପ୍ରାଧିକରଣ (ସାଇ) ରେ କୋଚ ଭାବେ ରହିଥିଲେ ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0