ଭଦ୍ରକ: ଚାରି ଆଡ଼େ ବନ୍ୟା ଜଳର ପ୍ରକୋପ । ବନ୍ୟା ଜଳ ପାଇଁ ବିଛିନ୍ନ ହୋଇଯାଇଛି ଗାଁ ରୁ ଗାଁ । ଏଭଳି ପରିସ୍ଥିତିରେ ଦେଖିବାକୁ ମିଳିଛି ଗାଁ ଲୋକଙ୍କ ମାନବିକତା । ମୃତକ ଜଣକ ହେଉଛନ୍ତି ଧାମନଗର ବ୍ଲକର ଖଡ଼ିପଦା ପଞ୍ଚାୟତ ଦକ୍ଷିଣ କୁରୁଆ ଗାଁର ହେମନ୍ତ ଜେନା । ସେ ଶୁକ୍ରବାର ରାତିରେ ବନ୍ୟା ପାଣିରେ ଭାସିଯାଇଥିଲେ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଧାମନଗର ଅଞ୍ଚଳରୁ ।
ଧାମନଗର ବ୍ଲକ୍ର ବିଭିନ୍ନ ସ୍ଥାନରେ ବନ୍ୟା ଜଳ ମାଡ଼ି ଯାଇଥିବାରୁ ଯାତାୟତ ଠପ୍ ହୋଇଯାଇଛି । ଅନେକ ଗାଁ ଏବେ ପାଣି ଘରରେ ବନ୍ଦି ହୋଇ ରହିଛି । ଏଭଳି ପରିସ୍ଥିତିରେ ଜଣେ ବ୍ୟକ୍ତି ଶୁକ୍ରବାର ରାତିରେ ବନ୍ୟା ଜଳରେ ଭାସିଯାଇଥିଲେ । ଭାସିଯିବା ପରେ ଓଡ୍ରାଫ୍ ବାହିନୀକୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ଯାତାୟତ ଠପ୍ ଯୋଗୁଁ ସେମାନେ ପହଞ୍ଚି ବନ୍ୟା ଜଳରେ ପାଇ ପାରିନଥିଲେ । ଫଳରେ ବ୍ୟକ୍ତି ଜଣଙ୍କର ମୃତ୍ୟୁ ହୋଇଥିଲା ।
ସକାଳୁ ଗ୍ରାମବାସୀ ଅକାତକାତ ପାଣିରେ ପଶି ମିଳିମିଶି ଖୋଜା ଖୋଜି କରିବା ପରେ ମୃତଦେହକୁ ଉଦ୍ଧାର କରିଥିଲେ । ପରେ ଆମ୍ବୁଲାନ୍ସକୁ ଯୋଗଯୋଗ କରିଥିଲେ । ହେଲେ ଚାରିଆଡ଼େ ବନ୍ୟା ଜଳ ମାଡ଼ି ଯାଇଥିବାରୁ ଆମ୍ବୁଲାନ୍ସ ପହଞ୍ଚି ପାରିନଥିଲା । ଵନ୍ୟାରେ ଅନ୍ୟ କୌଣସି ବ୍ୟବସ୍ଥା ନଥିବାରୁ ଶେଷରେ ମୃତ ଦେହକୁ କାନ୍ଧରେ ବୋହି ମାନବିକତାର ପରିଚୟ ଦେଇଥିଲେ ଗ୍ରାମବାସୀ ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0