ନୂଆଦିଲ୍ଲୀ : ସୁସ୍ଥ ହେଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ସେ ଖୁବ୍ ଶୀଘ୍ର ଘରକୁ ଫେରିବାର ସମ୍ଭାବନା ରହିଛି । ଏମ୍ସ ପକ୍ଷରୁ ଏକ ବିବୃତିରେ କୁହଯାଇଛି ଯେ ଅମିତ ଶାହା ସୁସ୍ଥ ହୋଇଛନ୍ତି ଏବଂ ଅଳ୍ପ ସମୟ ମଧ୍ୟରେ ତାଙ୍କୁ ଡିସ୍ଚାର୍ଜ କରାଯିବ। ଅଳ୍ପ ଦିନ ତଳେ କରୋନା ଭାଇରସ୍ ସଂକ୍ରମଣରୁ ସୁସ୍ଥ ହୋଇଥିବା ଅମିତ ଶାହାଙ୍କୁ ଅଗଷ୍ଟ ୧୮ ତାରିଖରେ ‘ଏମ୍ସ୍’ ନିଆଯାଇ କୋଭିଡ୍ ପରବର୍ତ୍ତୀ ଚିକିତ୍ସା କରାଯାଇଥିଲା ।
‘ଏମ୍ସ୍’ର ନିର୍ଦେଶକ ଡାକ୍ତର ରଣଦୀପ ଗୁଲେରିଆଙ୍କ ନେତୃତ୍ବରେ ଏକ ଡାକ୍ତରୀ ଦଳ ଶ୍ରୀ ଶାହାଙ୍କ ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରୁଥିଲେ। ‘ଏମ୍ସ୍’ର ମିଡିଆ ଓ ପ୍ରୋଟକଲ୍ ଡିଭିଜନ୍ର ଅଧ୍ୟକ୍ଷା ଡାକ୍ତର ଆରତି ବିଜ୍ କହିଥିଲେ ଯେ, ଗୃହମନ୍ତ୍ରୀ ଅମିତ ଶାହାଙ୍କର ଗତ ୩/୪ ଦିନ ହେବ କ୍ଳାନ୍ତ ଲାଗିବା ସହ ଦେହହାତ ଘୋଳାବିନ୍ଧା କରୁଥିଲା । ତାଙ୍କ ନମୁନାରେ କୋଭିଡ୍-୧୯ ନେଗେଟିଭ୍ ବାହାରିଛି । କୋଭିଡ୍ ପରବର୍ତ୍ତୀ ଚିକିତ୍ସା ନିମନ୍ତେ ତାଙ୍କୁ ‘ଏମ୍ସ୍’ରେ ଭର୍ତ୍ତି କରାଯାଇଛି । ସେ ଆରାମ ଅନୁଭବ କରୁଛନ୍ତି ଓ ଡାକ୍ତରଖାନାରେ ଥାଇ ତାଙ୍କ କାର୍ୟ୍ୟ ସମ୍ପାଦନ କରୁଛନ୍ତି ।



Visitors Today : 3
Total Visitors : 130429
Total Views : 9891960
Visitors Online Now : 0