ଭଞ୍ଜନଗର: କେନାଲରେ ଗାଧୋଇବା ସମୟରେ ସେଲ୍ଫି ନେବା ମହଙ୍ଗା ପଡିଛି। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଭଞ୍ଜନଗର ଥାନା ଅଧିନ ଡ଼ହ କେନାଲ୍ ନିକଟରେ। ବ୍ରହ୍ମପୁର ତୁଳସୀନଗର ଅଞ୍ଚଳର ସୌରଭ ବେହେରା ନିଜ ସଂର୍ପକୀୟ ଭାଇମାନଙ୍କ ସହ ଡ଼ହ ବୁଲିବାକୁ ଯାଇଥିଲେ। ଏହି ସମୟରେ ସେଠାରେ ଗାଧୋଇବା ବେଳେ କେନାଲରେ ବୁଡିଯିବା ଯୋଗୁ ତାଙ୍କର ମୃତ୍ୟୁ ହୋଇଛି। ସୂଚନା ମୁତାବକ, ସୌରଭ ଭଞ୍ଜନଗରସ୍ଥିତ ତାଙ୍କ ସର୍ମ୍ପକୀୟଙ୍କ ଘରୁକୁ ଯାଇଥିଲେ । ସୋଂରେ ବୁଳାବୁଲି କରିବା ପରେ ନିକଟରେ ଥିବା କେନାଲକୁ ଗାଧୋଇବାକୁ ଯାଇଥିଲେ । ଗାଧୋଇବା ସମୟରେ ନିଜ ମୋବାଇଲରେ ସେଲ୍ଫି ନେଉଥିଲେ । ଏହି ସମୟରେ ସୌରଭ ପାଣି ଭିତରକୁ ପଡି ଯାଇଥିଲେ । କିନ୍ତୁ କେହି ତାଙ୍କୁ ସେଠାରୁ ଉଦ୍ଧାର କରିପାରି ନଥିଲେ । ଏହାପରେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ସୌରଭକୁ ଉଧ୍ଦାର କରି ହାକ୍ତରକାନା ନେଇଥିଲେ । ଡାକ୍ତର ସେଠାରେ ତାଙ୍କର ମୃତ ଘୋଷଣା କରିଥିଲେ ।



Visitors Today : 2
Total Visitors : 130428
Total Views : 9891959
Visitors Online Now : 0