spot_img

ଆସନ୍ତୁ ଜାଣିବା କେଉଁ ଜିଲ୍ଲାରେ ଆକ୍ରାନ୍ତଙ୍କ

() ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ୩୨୫୨ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୭୯୨୦ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି ।


ଏବେ ଆସନ୍ତୁ ଜାଣିବା କେଉଁ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା କେତେ। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ପ୍ରଦତ୍ତ ସୂଚନା ଅନୁଯାୟୀ ଏବେ ଗଞ୍ଜାମ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ସର୍ବାଧିକ ୧୭,୪୫୬ ଥିବା ବେଳେ ଖୋର୍ଦ୍ଧାରେ ୧୫,୪୬୨, କଟକରେ ୭,୭୦୯, ଗଜପତିରେ ୨୮୩୨, ଯାଜପୁରରେ ୩,୬୫୨, ବାଲେଶ୍ବରରେ ୩,୪୫୯, ଜଗତସିଂହପୁର ଜିଲ୍ଲାରେ୧,୭୦୩, ପୁରୀରେ ୩,୩୩୬, କେନ୍ଦ୍ରାପଡ଼ାରେ ୧,୫୮୨, ଭଦ୍ରକ ଜିଲ୍ଲାରେ ୨,୫୪୫, ସୁନ୍ଦରଗଡ଼ରେ ୪,୩୦୯, ବଲାଙ୍ଗୀରରେ ୧,୭୫୧, କନ୍ଧମାଳରେ୨,୧୨୬, ମୟୂରଭଞ୍ଜରେ ୩,୦୭୮, କୋରାପୁଟରେ ୩,୨୩୯, ନୟାଗଡ଼ରେ ୨,୮୬୬, କେନ୍ଦୁଝରରେ ୧୭୬୫, ନୂଆପଡ଼ାରେ ୪୦୭, ଝାରସୁଗୁଡ଼ାରେ ୧,୧୩୧ ଢେଙ୍କାନାଳରେ ୧,୫୧୧, କଳାହାଣ୍ଡିରେ ୧,୨୩୦, ବରଗଡ଼ ଜିଲ୍ଲାରେ ୧,୯୪୩, ଅନୁଗୁଳରେ ୮୧୨, ମାଲକାନଗିରିରେ ୨,୨୪୪, ସମ୍ବଲପୁରରେ ୨,୬୪୩, ରାୟଗଡ଼ାରେ ୪,୬୬୫, ବୌଦ୍ଧରେ ୬୦୦, ସୋନପୁର ଜିଲ୍ଲାରେ ୬୩୩, ଦେବଗଡ଼ ଜିଲ୍ଲାରେ ୨୦୨ ଓ ନବରଙ୍ଗପୁର ଜିଲ୍ଲାରେ ୧,୦୨୯ରେ ପହଞ୍ଚିଛି।

LEAVE A REPLY

Please enter your comment!
Please enter your name here

- Advertisment -

Most Popular