ନୂଆଦିଲ୍ଲୀ: ଅଗଷ୍ଟ ୨୯ ତାରିଖ ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୩୪, ୬୩, ୯୭୨ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା କଥା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ୨୬,୪୮,୯୯୮ ଜଣ ସୁସ୍ଥ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଜଣେ ଦେଶାନ୍ତର ଯାତ୍ରା କରିଛନ୍ତି। ବାକି ୬୨,୫୫୦ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ୨୪ ଘଣ୍ଟା ମଧ୍ୟରେ ଜଣାପଡ଼ିଥିବା ୭୬, ୪୭୨ ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୭,୫୨,୪୨୪ ରହିଛି। ୨୪ ଘଣ୍ଟାରେ ୧,୦୨୧ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି।
ସୂଚନା ମୁତାବକ, ଗତକାଲି ଅପେକ୍ଷା ଆଜିର ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ଟିକେ କମ ରହିଛି। ଗତକାଲି ୨୪ଘଣ୍ଟାରେ ୭୭, ୨୬୬ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୦୫୧ଜଣ ମୃତ୍ୟୁବରଣ କରିଥିଲେ। ଏହା ସହ ଆକ୍ରାନ୍ତଙ୍କ ମଧ୍ୟରୁ ୨୫,୮୩,୯୪୮ ଜଣ ସୁସ୍ଥ ହୋଇଥିଲେ ଏବଂ ସେମାନଙ୍କ ମଧ୍ୟରୁ ଜଣେ ଦେଶାନ୍ତର ଯାତ୍ରା କରିଥିଲେ। ବାକି ୬୧, ୫୨୯ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିଲା । ୨୪ ଘଣ୍ଟା ମଧ୍ୟରେ ଜଣାପଡ଼ିଥିବା ୭୭, ୨୬୬ ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୭, ୪୨, ୦୨୩ ରହିଥିଲା।



Visitors Today : 1
Total Visitors : 130304
Total Views : 9891807
Visitors Online Now : 0