() ବହୁଚର୍ଚ୍ଚିତ ନାବାଳିକା ଦୁଷ୍କର୍ମ ଓ ବେଆଇନ ଗର୍ଭପାତ ମାମଲାର ତଦନ୍ତ ପ୍ରକ୍ରିୟାକୁ ଜୋରଦାର କରିଛି କ୍ରାଇମବ୍ରାଞ୍ଚ । ସୂଚନା ଅନୁସାରେ ଆଜି ରାଉରକେଲା କୋର୍ଟରେ ଭିଡିଓ କନ୍ଫରେନ୍ସିଂରେ ବୀରମିତ୍ରପୁର ଥାନାର ଗୃହରକ୍ଷୀ ଓ କିଛି ପୁଲିସ କର୍ମଚାରୀଙ୍କ ଟିଆଇ ପରେଡ୍ ହୋଇଥିଲା।

ପୀଡିତା ନାବାଳିକା ଗୃହରକ୍ଷୀ ଗୁରୁଚରଣକୁ ଚିହ୍ନଟ କରିଥିଲେ। ପରେ କ୍ରାଇମବ୍ରାଞ୍ଚ ଟିମ୍ ଗୁରୁଚରଣକୁ ଗିରଫ କରି ସୁନ୍ଦରଗଡ ପକ୍ସୋ କୋର୍ଟରେ ହଜାର କରିଥିଲେ। ସେଠାରେ ଜାମିନ ନାମଞ୍ଜୁର ହେବାରୁ ଗୁରୁଚରଣକୁ ଜେଲ ହାଜତକୁ ପଠାଇ ଦିଆଯାଇଛି। ଏହିମାମଲାରେ ପୂର୍ବରୁ ଥାନା ଅଧିକାରୀ ଆନନ୍ଦ ମାଝିଙ୍କୁ ପୁଲିସ ମହାନିର୍ଦ୍ଦେଶକ ଚାକିରିରୁ ନିଲମ୍ବନ କରିଥିଲେ।



Visitors Today : 6
Total Visitors : 130175
Total Views : 9891622
Visitors Online Now : 0