ପୁରୀ: ପୁରୀ ଜିଲ୍ଲା କଣାସ ନୂଆସାହି ବେହେଣ୍ଟା ନିକଟ ଦୟାନଦୀରେ ୨୦୦ ଫୁଟର ଘାଇ ସୃଷ୍ଟି ହୋଇଛି । ଗତକାଲି ସନ୍ଧ୍ୟା ୬ରୁ ସାଢ଼େ ୬ଟା ମଧ୍ୟରେ ଘାଇ ହୋଇଛି । ଏହା ପ୍ରଭାବରେ ଏବେସୁଦ୍ଧା ୧୦ରୁ ୧୫ ହଜାର ଲୋକେ ଅସୁବିଧାର ସାମ୍ନା କରୁଛନ୍ତି ବୋଲି ସ୍ଥାନୀୟ ଲୋକେ ସୂଚନା ଦେଇଛନ୍ତି । ଫଳରେ ୮ ପଞ୍ଚାୟତ ପ୍ରଭାବିତ ହେବା ଆଶଙ୍କା ଦେଖାଦେଇଛି । ମାଟିଆପଡ଼ା, ଘରଛିଆ, ବଗିପଡ଼ା, ପାଣ୍ଡିଆକେରା, ସିମିଳିପାଟଣା, ନନକେରା, ବେହେଁଣ୍ଟା, ବଡ଼ପୁଟ ଆଦି ପଞ୍ଚାୟତର ଲୋକ ପ୍ରଭାବିତ ହେବେ । ଘର ଭିତରେ ପାଣି ପଶିବା ସହ ୟୋଗାଯୋଗ ବିଚ୍ଛିନ୍ନ ହେବ ବୋଲି ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି । ଘଟଣା ସ୍ଥଳରେ ପ୍ରଶାସନିକ ଅଧିକାରୀ ଉପସ୍ଥିତ ରହି ସ୍ଥିତି ଅନୁଧ୍ୟାନ କରୁଛନ୍ତି ।



Visitors Today : 3
Total Visitors : 130213
Total Views : 9891684
Visitors Online Now : 0