ଛତ୍ରପୁର: ଗଞ୍ଜାମ ଜିଲ୍ଲାର ଛତ୍ରପୁର ଅଞ୍ଚଳରୁ କୂଅରେ ପଡ଼ିଥିବା ବୃଦ୍ଧା ମା’ ଓ ପୁଅ ଉଦ୍ଧାର ହୋଇଥିବା ଖବର ଚାଞ୍ଚଲ୍ୟ ସୃଷ୍ଟି କରିଛି। ଛତ୍ରପୁରଠାରୁ ଏକ କିଲୋମିଟର ଦୂରସ୍ଥ କୁମରବେଗପଲ୍ଲୀ ଗ୍ରାମର ଜଣେ ୭୫ ବର୍ଷୀୟା ବୃଦ୍ଧା ଏବଂ ତାଙ୍କର ୫୫ ବର୍ଷର ପୁତ୍ରକୁ ଛତ୍ରପୁର ଅଗ୍ନିଶମ ବିଭାଗ କର୍ମଚାରୀମାନେ ଆଜି ସକାଳେ ୪୦ ଫୁଟ ଗଭୀର ଗୋଟିଏ କୂପରୁ ଉଦ୍ଧାର କରିଛନ୍ତି କ୍ଷ ସୂଚନାଯୋଗ୍ୟ ଯେ, କୁମାରବେଗପଲ୍ଲୀ ଗ୍ରାମର ଅନ୍ନପୂର୍ଣ୍ଣକ୍ଷ ଗୌଡ଼ ନିଜ ବାରିପଟେ ଥିବା କୂଅ ଉପରେ ବସିଥିଲେ କୌଣସି କାରଣରୁ ତାଙ୍କରି ମୁଣ୍ଡ ବୁଲାଇବାରୁ କୂଅ ଭିତରେ ପଡ଼ିଯାଇଥିଲେ କ୍ଷ ବୃଦ୍ଧା ମା’ଙ୍କୁ ଉଦ୍ଧାର କରିବାକୁ ପୁଅ ତିରୁପତି କୂଅ ଭିତରକୁ ଡେଇଁ ପଡ଼ିଥିଲେ କ୍ଷ ଗଭୀର କୂଅ ଭିତରେ ମା’ଙ୍କୁ ତିରୁପତି ବଞ୍ଚାଇ ଥିବା ବେଳେ ବାହାରକୁ ଆଣିବା ସମ୍ଭବ ହୋଇ ପାରୁନଥିଲା କ୍ଷ ସୂଚନା ପାଇ ଗ୍ରାମରେ ଛତ୍ରପୁର ଅଗ୍ନିଶମ ବାହିନୀ କର୍ମଚାରୀମାନେ ଉଦ୍ଧାର ପାଇଁ ପହଞ୍ଚିଥିଲେ କ୍ଷ ଦୀର୍ଘ ୩୦ ରୁ ୩୫ ମିନିଟ ଧରି କର୍ମଚାରୀମାନେ ସଂଘର୍ଷ କରି ଉଭୟ ମା’ ଏବଂ ପୁଅଙ୍କୁ ଉଦ୍ଧାର କରିବାରେ ସଫଳ ହୋଇପାରିଥିଲେ କ୍ଷ



Visitors Today : 0
Total Visitors : 130429
Total Views : 9891960
Visitors Online Now : 0