spot_img

ବିଗ୍ ବଜାର କିଣିଲେ ମୁକେଶ ..

ଦେଶର ଏକ ନମ୍ବର ଧନୀ ମୁକେଶ ଅମ୍ବାନି ଆଉ ଏକ ବଡ଼ ସଂସ୍ଥା କିଣିଛନ୍ତି। ବିଗ୍ ବଜାର ଭଳି ଷ୍ଟୋର୍‌ ଥିବା ଫ୍ୟୁଚର୍‌ ଗ୍ରୁପ୍‌ର ରିଟେଲ୍‌, ହୋଲ୍‌ସେଲ୍‌, ଲଜିଷ୍ଟିକ୍ସ ଓ ଓୟାରହାଉସ୍‌ କାରବାରକୁ ସେ ୨୪,୭୧୩ କୋଟି ଟଙ୍କାରେ କିଣିଥିବା ବିଷୟରେ ଆଜି ତାଙ୍କ କଂପାନି ପକ୍ଷରୁ ଘୋଷଣା କରାଯାଇଛି। ଏକଦା ଭାରତୀୟ ଖୁଚୁରା ଶିଳ୍ପର ସମ୍ରାଟ କୁହାଯାଉଥିବା କିଶୋର ବିୟାନି ଏହି ବ୍ୟବସାୟ ସାମ୍ରାଜ୍ୟକୁ ପ୍ରତିଷ୍ଠା କରିଥିଲେ। ତାହାକୁ ମୁକେଶ ନିଜ କବ୍‌ଜାକୁ ଆଣିବାରେ ସଫଳ ହୋଇଛନ୍ତି। କିଶୋର ଗଠନ କରିଥିବା ବିଗ୍‌ ବଜାର, ବ୍ରାଣ୍ଡ୍‌ ଫ୍ୟାକ୍ଟ୍ରି, ଫୁଡ୍‌ ହଲ୍‌ ଆଗକୁ ମୁକେଶଙ୍କ ଦ୍ବାରା ପରିଚାଳିତ ହେବ। କିଛି ମାସ ହେଲାଣି ଉଭୟ ସଂସ୍ଥା ଏନେଇ କର୍ଥାବାର୍ତା ଜାରି ରଖିଥିଲେ। ଫ୍ୟୁଚର୍‌ ଗ୍ରୁପ୍‌ର ଏହି ସବୁ କଂପାନିକୁ କିଣିବା ପରେ ଖୁଚୁରା ଷ୍ଟୋର୍‌ ବଜାରରେ ମୁକେଶ ଏକଛତ୍ରବାଦୀ ସମ୍ରାଟ ଭାବେ ଉଭା ହୋଇଛନ୍ତି। ଏହି କ୍ଷେତ୍ରରେ ତାଙ୍କୁ ସାମ୍ନା କରିବା ଭଳି ଦେଶରେ ଆଉ ବଡ଼ ଧରଣର କଂପାନି ନାହିଁ ଯାହାର ଷ୍ଟୋର୍‌ ଦେଶର କୋଣ ଅନୁକୋଣରେ ରହିଛି। ରିଲାଏନ୍ସ ରିଟେଲ୍‌ ଭେଞ୍ଚର୍ସ ଜରିଆରେ ମୁକେଶ ଫ୍ୟୁଚର୍‌ ଗ୍ରୁପ୍‌ର ରିଟେଲ୍ ସମେତ ଅନେକ ପ୍ରମୁଖ କାରବାରକୁ କିଣିଛନ୍ତି।ନିଜ ମୁଣ୍ଡରେ ଥିବା ଋଣ ବୋଝ ହାଲୁକା କରିବା ଲାଗି କିଶୋର ନିଜର ଏହି ବହୁମୂଲ୍ୟ ସଂସ୍ଥା ବିକ୍ରି କରିବାକୁ ବାଧ୍ୟ ହୋଇଛନ୍ତି। ଆଜି ଫ୍ୟୁଚର୍‌ ଗ୍ରୁପ୍‌ର ବୋର୍ଡ ବୈଠକ ହେବାର ଥିଲା। ଏହା ପରେ ଏହି ବହୁ ପ୍ରତିକ୍ଷୀତ ବୁଝାମଣା ହୋଇଛି।

LEAVE A REPLY

Please enter your comment!
Please enter your name here

- Advertisment -

Most Popular