ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନକୁ ସାରା ଦେଶରେ ସେବା ସ୍ତପାହ ଭାବରେ ପାଳନ କରିବ ବିଜେପି । ଯାହା ଶନିବାର ଅର୍ଥାତ ସେପ୍ଟେମ୍ବର ୧୪ ରୁ ଆରମ୍ଭ ହେବ । ଏହି ସମୟ ମଧ୍ୟରେ ପାର୍ଟି ବିଭିନ୍ନ ପ୍ରକାରର କାର୍ୟ୍ୟକ୍ରମ ଆୟୋଜନ କରିବ ।
୧୭ ସେପ୍ଟେମ୍ବରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ । ପ୍ରତିବର୍ଷ ତାଙ୍କ ଜନ୍ମଦିନ ଅବସରରେ ବିଜେପି କିଛି ନୂଆ କରିବାକୁ ଚେଷ୍ଟା କରିଥାଏ । ଚଳିତବର୍ଷ ମଧ୍ୟ ବିଜେପି ତାଙ୍କ ଜନ୍ମଦିନକୁ ସେବା ସପ୍ତାହ ଭାବରେ ପାଳନ କରିବାକୁ ନିଷ୍ପତ୍ତି ନେଇଛି ଯାହା ୬ ଦିନ ଚାଲିବ । ସେବା ସପ୍ତାହ ୧୪ ସେପ୍ଟେମ୍ବରରୁ ୨୦ ସେପ୍ଟେମ୍ବର ପର୍ୟ୍ୟନ୍ତ ସାରା ଦେଶରେ ପାଳନ କରାଯିବ ।ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ସାଂସଦମାନଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମଦିନକୁ ବହୁ ପରିମାଣରେ ପାଳନ କରିବାକୁ ଏବଂ ବିଭିନ୍ନ କାର୍ୟ୍ୟକ୍ରମ ଆୟୋଜନ କରିବାକୁ କହିଛନ୍ତି ।ଗତବର୍ଷ ସେବା ସପ୍ତାହରେ ରକ୍ତ ଦାନ ଶିବିର, ଫଳ ବଣ୍ଟନ, ସ୍ୱଚ୍ଛତା ଅଭିଯାନ, ଜଳ ସଂରକ୍ଷଣ କାର୍ୟ୍ୟକ୍ରମ ଆୟୋଜିତ ହୋଇଥିଲା ଦଳ । ଏହାସହ ପ୍ଲାଷ୍ଟିକ୍ ବ୍ୟବହାରକୁ ବନ୍ଦ କରିବା ପାଇଁ ମଧ୍ୟ ଏକ ଅଭିଯାନ ଆରମ୍ଭ କରାଯାଇଥିଲା । ସମସ୍ତ ବିଜେପି ସାଂସଦ, ବିଧାୟକ ତଥା ଜନ ପ୍ରତିନିଧୀ, କେନ୍ଦ୍ର ମନ୍ତ୍ରୀମାନେ ନିଜ ନିଜ ଅଞ୍ଚଳରେ ସେବା ସମ୍ପ୍ରସାରଣ କାର୍ୟ୍ୟକ୍ରମରେ ଯୋଗ ଦେଇଥିଲେ ।



Visitors Today : 1
Total Visitors : 130430
Total Views : 9891961
Visitors Online Now : 0