ଜୟପୁର : ଜୀବନକୁ ବାଜି ଲଗାଇ ଜୀବନ ବଞ୍ଚେଇବା ପାଇଁ ନଦୀର ସ୍ରୋତ ପ୍ରଖର ଥିବା ସତ୍ତ୍ୱେ କାନ୍ଧରେ ବୁହା ହୋଇ ଆସିଲେ ୭ ରୋଗୀ । ଏଭଳି ଘଟଣା ଘଟିଛି ବୈପାରୀଗୁଡା ବ୍ଲକର ମାଠପଡା ପଞ୍ଚାୟତ ବଣୁଆଗୁଡା ଗାଁରେ । ଝାଡାବାନ୍ତି ଯୋଗୁ ଅସୁସ୍ଥ ହୋଇଥିବା ରୋଗୀଙ୍କୁ ଚିକିତ୍ସା ପାଇଁ ବୈପାରୀଗୁଡା ଡାକ୍ତରଖାନାକୁ ନେବା ପାଇଁ ପଡିଥିଲା। ସୂଚନା ମୁତାବକ ରୋଗୀମାନଙ୍କୁ ନେବା ପାଇଁ ୧୦୮ ଆମ୍ବୁଲାନ୍ସକୁ ଡକାଯାଇଥିଲେ ମଧ୍ୟ ଗାଡିଟି ବଣୁଆପଡା ପହଞ୍ଚି ପାରିନଥିଲା। କାରଣ ବଣୁଆପଡା ଯିବା ବାଟରେ ଏକ ନଦୀ ପଡିଥାଏ। ଏହି କାରଣରୁ ଗାଡିଟି ଆରପାରିରେ ରଖି ଆମ୍ବୁଲାନ୍ସ କର୍ମଚାରୀଙ୍କ ସହ ଗାଁ ଲୋକେ ମିଶି ରୋଗୀଙ୍କୁ କାନ୍ଧରେ ବୋହି ୧ କି.ମି ଚାଲିବା ସହ ବିପଦପୂର୍ଣ୍ଣ ଭାବେ ନେଇ ଆମ୍ବୁଲାନ୍ସ ନିକଟରେ ପହଞ୍ଚାଇଥିଲେ। ଏଭଳି ଘଟଣା କେବଳ ବର୍ଷା ଦିନେ ନୁହେଁ ବରଂ ବର୍ଷ ତମାମ ନଦୀରେ ପୋଲ ନଥିବା କାରଣରୁ ଏଭଳି ଅସୁବିଧା ଲାଗି ରହିଥିବା ସୂଚନା ମିଳିଛି।



Visitors Today : 0
Total Visitors : 130429
Total Views : 9891960
Visitors Online Now : 0