ଭୁବନେଶ୍ୱର : କରୋନାରେ ରାଜଧାନୀରେ ପ୍ରଥମ ପୁଲିସ କର୍ମଚାରୀଙ୍କର ଜୀବନ ଯାଇଛି। ମୃତକ ହେଲେ, ୪୫ ବର୍ଷୀୟ ଆଶିଷ ମହାକୁଳ। ସେ ରିଜର୍ଭ ପୁଲିସରେ ନିଯୁକ୍ତ ଥିବା ବେଳେ ଭୁବନେଶ୍ବର (ମଧ୍ୟ) ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ପିଏସ୍ଓ ଭାବେ କାର୍ୟ୍ୟରତ ଥିଲେ। ଆଜି ଅପରାହ୍ଣରେ କୋଭିଡ୍ କଟକଣା ସହ ସତ୍ୟନଗର ଶ୍ମଶାନରେ ଶବ ସତ୍କାର କରାଯାଇଛି। ସତ୍କାର ସମୟରେ ପୁଲିସ କର୍ମଚାରୀ, ଆଶିଷଙ୍କ ବନ୍ଧୁ ଓ ସଂଘର କର୍ମକର୍ତାମାନେ ଉପସ୍ଥିତ ଥିଲେ। ସେଠାରେ କମିସନରେଟ୍ ପୁଲିସ୍ ପକ୍ଷରୁ ଆଶିଷଙ୍କ ଫଟୋ ରଖି ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା।
ମିଳିଥିବା ସୂଚନା ଅନୁସାରେ, ଆଶିଷ ୧୯୯୫ରେ ସପ୍ତମ ବାଟାଲିୟନ୍ରେ ଯୋଗ ଦେଇଥିଲେ। ୨୦ ବର୍ଷ କାମ କରିବା ରିଜର୍ଭ ପୁଲିସକୁ ଯାଇଥିଲେ। ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ପିଏସ୍ଓ ଭାବେ ଡ୍ୟୁଟି କରୁଥିଲେ। ଗତ ୧୭ ତାରିଖରେ ବିଧାୟକ ଶ୍ରୀ ଜେନା, ପିଏସ୍ଓ ଆଶିଷ, ଡ୍ରାଇଭର ଓ ତାଙ୍କର ଅନ୍ୟ କର୍ମଚାରୀଙ୍କର କୋଭିଡ୍ ପରୀକ୍ଷା କରାଯାଇଥିଲା। ଏହା ପରେ ଆଶିଷ ଗୃହ ସଂଗରୋଧରେ ରହିଥିଲେ। ୨୧ ତାରିଖରେ ଥଣ୍ଡା, କାଶ, ଜ୍ବର ହେବାରୁ ଆଶିଷଙ୍କୁ ହାଇଟେକ୍ ହସ୍ପିଟାଲରେ ଭର୍ତି କରାଯାଇଥିଲା। ୨୫ତାରିଖରେ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ଆଇସିୟୁକୁ ସ୍ଥାନାନ୍ତର କରାଯାଇଥିଲା। ଗତ ରାତିରେ ସ୍ବାସ୍ଥ୍ୟାବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ସମ୍ କୋଭିଡ୍ ହସ୍ପିଟାଲ ଭେଣ୍ଟିଲେଟର୍ରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0