ବିଶ୍ୱର ସମସ୍ତ ରାଷ୍ଟ୍ର କରୋନା ମହାମାରୀ ପାଇଁ ଚିନ୍ତାରେ ଅଛନ୍ତି । କିଛି ରାଷ୍ଟ୍ର କରୋନା ଟିକାକୁ ନେଇ ଉତ୍ସାହିତ ମଧ୍ୟ ଅଛନ୍ତି । ଏପରି ସ୍ଥିତିରେ ଆମେରିକା ବୈଜ୍ଞାନିକମାନେ ଏକ ସତ୍ୟ ସାମ୍ନାକୁ ଆଣିଛନ୍ତି । ସେମାନଙ୍କ କହିବା ଅନୁସାରେ ଭ୍ୟାକସିନ୍ ପ୍ରସ୍ତୁତ ହୋଇସାରିବା ପରେ କେବଳ ଗୋଟିଏ ଡୋଜରେ ଏଥିରୁ ନିସ୍ତାର ମିଳିବନି । ଲୋକମାନଙ୍କୁ ଦୁଇଟି ଡୋଜର ମଧ୍ୟ ଆବଶ୍ୟକତା ପଡ଼ିପାରେ । ଯାହା ସବୁଠାରୁ ବଡ଼ ଆହ୍ୱାନ ।
ବର୍ତ୍ତମାନ ଦୁନିଆରେ ଟେଷ୍ଟିଂ କିଟ୍, ପିପିଇ କିଟ୍ ଓ ଅନ୍ୟ ଜରୁରୀ ଜିନିଷର ଆବଶ୍ୟକତା ଅଛି । ତା’ ପରେ ଦୁଇ ଥର ଟିକାକରଣ କରିବା ସମସ୍ତ ଦେଶ ପାଇଁ ଏକ ଆହ୍ୱାନ ହେବ । ଲୋକମାନେ ମଧ୍ୟ ଏଥିପାଇଁ ଦୁଇଟି ଭ୍ୟାକସିନ ପାଇଁ ଦାବି କରିଛନ୍ତି । ୱାଣ୍ଡରବିଲ୍ଟ ବିଶ୍ୱବିଦ୍ୟାଳୟର ହେଲ୍ଥ ପଲିସି ପ୍ରଫେସର ଡକ୍ଟର କେଲି ମୁର କହିଛନ୍ତି କି ଏହା ସବୁଠୁ ବଡ଼ ପରୀକ୍ଷା ହେବ । ଏହା ମାନବ ଇତିହାସର ସବୁଠାରୁ ବଡ଼ ଭ୍ୟାକ୍ସିନେସନ ପ୍ରୋଗ୍ରାମ ହେବ । ଏହାକୁ ପୁରା କରିବାକୁ ଆମକୁ ଖୁବ୍ ପରିଶ୍ରମ କରିବାକୁ ପଡ଼ିବ । ଆମେ ଏପର୍ଯ୍ୟନ୍ତ ଏତେ ବଡ଼ ପ୍ରୋଗ୍ରାମ ଚଳାଇନାହୁଁ । କରୋନା ଟିକାକୁ ବଜାରକୁ ଆଣିବା ପାଇଁ “ଅପରେଶନ ୱାର୍ପ ସ୍ପିଡ଼୍’ ଚାଲିଛି । କିଛି ଫାର୍ମାସ୍ୟୁଟିକାଲ କମ୍ପାନିକୁ ପଇସା ଦିଆଯାଇଛି । ଏହା ମଧ୍ୟରେ ଦୁଇ କମ୍ପାନୀ ମଡ଼ର୍ଣ୍ଣା ଓ ଫାଇଜର ଅଛନ୍ତି । ଏହି କମ୍ପାନୀର ଟ୍ରାଏଲ ଫେଜ୍-୩ରେ ଅଛି । ପ୍ରାୟ ୩୦,୦୦୦- ସ୍ୱେଚ୍ଛାସେବୀଙ୍କୁ ଏହା ଦିଆଯାଉଛି । ମଡ଼ର୍ଣ୍ଣା ୨୮ ଦିନ ଓ ଫାଇଜର ୨୧ ଦିନ ପରେ ଦ୍ୱିତୀୟ ଡୋଜ୍ ଦେବ ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0