ଭଦ୍ରକ: ଭଣ୍ଡାରିପୋଖରୀର ପୂର୍ବତନ ଥାନା ଅଧିକାରୀ ସନାତନ ସାହୁ ନିଲମ୍ୱିତ । ପୋଲିସ ଡିଜି ଅଭୟ ସନାତନ ସାହୁଙ୍କୁ ନିଲମ୍ବିତ କରିଛନ୍ତି । ବାଲିମାଫିଆଙ୍କ ସହ ଅଡିଓ ଭାଇରାଲ ଘଟଣାକୁ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ଡିଜି ।
ସୂଚନାଯୋଗ୍ୟ ଯେ, ବାଲି ମାଫିଆଙ୍କ ସହିତ ଟଙ୍କା ନେଣଦେଣ ଦେଇ ଭଣ୍ଡାରିପୋଖରୀ ଥାନା ଅଧିକାରୀଙ୍କ ଏକ ଅଡିଓ କ୍ଲିପ୍ ଭାଇରାଲ ହୋଇଥିଲା । ଯାହାପରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ଡିଜି । ତେବେ ଭଦ୍ରକ ଏସ୍ପି ରାଜେଶ ପଣ୍ଡିତଙ୍କ ସୂଚନାନୁସାରେ ଭଣ୍ଡାରୀପୋଖରୀର ପୂର୍ବତନ ଥାନା ଅଧିକାରୀ ସନାତନ ସାହୁଙ୍କ ନିଲମ୍ବିତ କରାଯାଇଛି । ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0