କୁହାଯାଏ ଯଦି କିଛି କାର୍ଯ୍ୟକୁ ମନଦେଇ କରାଯାଏ ତେବେ ସେହି କାର୍ଯ୍ୟରେ ଯେତେ ବାଧା ବିଘ୍ନ ଆସିଲେ ମଧ୍ୟ କାମ ଅଟକିଯିବ ନାହିଁ। ଏଭଳି ଏକ ଘଟଣା ଛତିଶଗଢରେ ରହୁଥିବା ଗୋକରଣ ପାଟିଲଙ୍କର ସାମ୍ନାକୁ ଆସିଛି । ସୂଚନାଯୋଗ୍ୟ ଗୋକରଣଙ୍କର ଜନ୍ମରୁ ହିଁ ହାତ ନାହିଁ କିନ୍ତୁ ପିଲା ଦିନରୁ ପେଣ୍ଟିକରିବାର ରହିଛି ସୌକ୍ । ହାତ ନଥିବା କାରଣରୁ ସେ ତାଙ୍କର ଏହି ସ୍ୱପ୍ନକୁ ମଧ୍ୟ ଭାଙ୍ଗିବାକୁ ଦେଇନାହାନ୍ତି। ହାତ ନଥାଇ ବି ସେ ଏଭଳି ଚିତ୍ର ଆଙ୍କିଛନ୍ତି, ଯେଉଁଥିପାଇଁ ତାଙ୍କୁ ଚାରିଆଡୁ ପ୍ରଶଂସାର ସୁଅ ଛୁଟିଛି । ଛତିଶଗଢରେ ରହୁଥିବା ଗୋକରଣ କଠିନ ପରିଶ୍ରମ ଏବଂ ଦୃଢ ସଂକଳ୍ପର ସହ ନିଜ ପାଦ ବ୍ୟବହାର କରି ଚିତ୍ର ଆଙ୍କିବା ଆରମ୍ଭ କରିଥିଲେ । କେବଳ ଏତିକି ନୁହେଁ ନିଜର ଫଲୋର୍ସମାନଙ୍କ ପାଇଁ ମଧ୍ୟ ଗୋକରଣ ଚିତ୍ର କରିବାର ଭିଡିଓ ମଧ୍ୟ ସେୟାର କରିଛନ୍ତି।
ପ୍ରିୟଙ୍କା ଶୁକ୍ଳାଙ୍କ ଦ୍ୱାରା ସେୟାର କରାଯାଇଥିବା ଏହି ଭିଡିଓରେ ଗୋକରଣ ପାଟିଲ ପେଣ୍ଟିଂ କରୁଥିବାର ନଜର ଆସିଛନ୍ତି । ଗୋକରଣଙ୍କର କେବଳ ହାତ ନୁହେଁ ତାଙ୍କ କାନକୁ ମଧ୍ୟ ଶୁଣାଯାଇନଥାଏ । ତଥାପି ସେ ତାଙ୍କ ଜିବନରେ ହାର୍ ମାନିନାହାନ୍ତି । ଏନେଇ ଯେଉଁ ଲୋକମାନେ ଅଳ୍ପ ପରିଶ୍ରମ କରିବା ପରେ ଜୀବନରେ ହାର୍ ମାନିଯାଉଛନ୍ତି ସେମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି ଗୋକରଣ ।
इस वीडियो में पेंटिंग कररहे छ.ग के आर्टिस्ट श्री गौकरण पाटिल-श्रवणबाधित हैं और इनके हाथ भी नहीं हैं-फिरभी ये अपने परिश्रम से निरंतर आगे बढ़ रहे हैं!😊
श्री पाटिल निश्चित तौर पर उन सभी के लिए बड़ी प्रेरणा हैं जो जीवन की छोटी-छोटी समस्याओं से हार मान लेते हैं! #MondayMotivation pic.twitter.com/LN7yBN1pt3
— Priyanka Shukla (@PriyankaJShukla) June 29, 2020
ସୂଚନା ମୁତାବକ ପ୍ରିୟଙ୍କା ଶୁକ୍ଳାଙ୍କ ଦ୍ୱାରା ସେୟାର କରାଯାଇଥିବା ଏହି ଭିଡିଓକୁ ବର୍ତ୍ତମାନ ୩୮ହଜାରରୁ ଅଧିକ ଲୋକ ଦେଖିସାରିଥିବା ବେଳେ ୪୦୦ରୁ ଅଧିକ ଲୋକ ରିଟ୍ୱିଟ ଏବଂ ୨ହଜାରରୁ ଅଧିକ ଲୋକ ଲାଇକ୍ କରିସାରିଛନ୍ତି । ସୂଚନାଯୋଗ୍ୟ ଗୋକରଣ ପାଟିଲ ଜଣେ ଆର୍ଟିଷ୍ଟ ସହ କମ୍ପ୍ୟୁଟର ଆପ୍ଲିକେସନରେ ମଧ୍ୟ ଖୁବ୍ ଟ୍ରେଣ୍ଡ । ଏଥିସହ ସେ ଫାଇନ୍ ଆର୍ଟସରେ ମଧ୍ୟ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି। ଏସବୁ ବ୍ୟତୀତ ସେ ନିଜର ପେଣ୍ଟିଂ ପାଇଁ ଛତିଶଗଢରେ ଅନୁଷ୍ଠିତ ହେଉଥିବା ପ୍ରତିଯୋଗୀତାରେ ଅନେକ ପ୍ରାଇଜ୍ ମଧ୍ୟ ହାସଲ କରିସାରିଛନ୍ତି ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0