ଆନନ୍ଦପୁର : ବୈତରଣୀରେ ପାଣି ବଢିଲେ, ଗାଁ-ଗଣ୍ଡା ଗୁଡ଼ିକରେ ପାଣି ପଶି ଅନେକ କ୍ଷତି କରୁଛି। ନଦୀ ପାଣି ଗାଁରେ ନ ପଶିବା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ନଦୀବନ୍ଧର ବ୍ୟବସ୍ଥା କରିଛନ୍ତି। ହେଲେ କିଛି ଅଧିକାରୀ ଓ ଠିକାଦାରଙ୍କ ଭୁଲ୍ ପାଇଁ ସୃଷ୍ଟି ହେଉଛି କୃତ୍ରିମ ବନ୍ୟା। କେଉଁଠାରେ ବନ୍ଧ ନାହିଁ ତ, ଆଉ କେଉଁଠି ସମ୍ପୂର୍ଣ୍ଣ ରୂପେ ବନ୍ଧ ନାହିଁ। ଆନନ୍ଦପୁର ପୌରପରିଷଦ ଅନ୍ତର୍ଗତ ୧୩ ନମ୍ବର ୱାର୍ଡ ଦେହୁରୀ ସାହି ନିକଟରେ ସମ୍ପୂର୍ଣ୍ଣ ରୂପେ ବନ୍ଧ ନଥିବା ଅଭିଯୋଗ କରି ଜଳସମ୍ପଦ କାର୍ୟ୍ୟାଳୟ ଘେରିଛନ୍ତି ଗ୍ରାମବାସୀ। ପ୍ରତ୍ୟେକ ବର୍ଷ ଏହି ଗ୍ରାମବାସୀ କୁତ୍ରିମ ବନ୍ୟାର ସମ୍ମୁଖିନ ହେଉଥିବାରୁ ନୂତନ ବନ୍ଧ ନିର୍ମାଣ ପାଇଁ ଦାବି ରଖିଛନ୍ତି।



Visitors Today : 0
Total Visitors : 130429
Total Views : 9891960
Visitors Online Now : 0