spot_img

ଭିତ୍ତିପ୍ରସ୍ତର ଆଗରୁ ଅଯୋଧ୍ୟାରେ ଲାଗିବ ପ୍ରଭୁ ଶ୍ରୀରାମଙ୍କ ୭ଟି ମୃର୍ତ୍ତି..

 ଅଯୋଧ୍ୟାରେ ରାମ ମନ୍ଦିର ଭୂମି ପୂଜନ ପରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଯାଇଛି। ମନ୍ଦିର ନିର୍ମାଣ ପାଇଁ 70 ଏକର ଜମିର ଲେଆଉଟ ମାନଚିତ୍ର ଶ୍ରୀ ରାମ ଜନ୍ମଭୂମି ଟ୍ରଷ୍ଟ ଦ୍ୱାରା ଅଯୋଧ୍ୟା ବିକାଶ ପ୍ରାଧିକରଣକୁ ପଠାଯାଇଛି। ଏହି ନକ୍ସାକୁ ଟ୍ରଷ୍ଟ ଶନିବାର ଦିନ ପ୍ରାଧିକରଣକୁ ପଠାଇଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ଏହି ମାନଚିତ୍ର ଉପରେ ମୋହର ଲଗାଯିବ ବୋଲି ଆଶା କରାଯାଉଛି ।ନୂଆ ନକ୍ସାରେ କିଛି ବଡ ଅଂଶ ସହିତ ଛୋଟ ଅଂଶ ମଧ୍ୟ ଅଛି । ରାମ ମନ୍ଦିର ସହିତ ଜଡିତ ସମସ୍ତ ଜିନିଷ ଏହି ଅଂଶରେ ନିର୍ମାଣ ହେବ । ଅଯୋଧ୍ୟାରେ ଥିବା ରାମ ମନ୍ଦିର ପାଇଁ ଭିତ୍ତିପ୍ରସ୍ତର ଖୋଳିବା କାର୍ଯ୍ୟ ସେପ୍ଟେମ୍ବର ପ୍ରଥମ ସପ୍ତାହରେ ଆରମ୍ଭ ହେବ ବୋଲି ଆଶା କରାଯାଉଛି। ରାମ ମନ୍ଦିର ନିର୍ମାଣ ପୂର୍ବରୁ ଅଯୋଧ୍ୟା ରାମମୟ କରିବା ପାଇଁ ମଧ୍ୟ ଏକ ପ୍ରସ୍ତୁତି ଚାଲିଛି ।ମନ୍ଦିର ନିର୍ମାଣ ପୂର୍ବରୁ ଅଯୋଧ୍ୟାରେ ଭଗବାନ ରାମଙ୍କର 7ଟି ବଡ ପ୍ରତିମା ସ୍ଥାପନ କରାଯିବ। ଏହି ମୂର୍ତ୍ତିଗୁଡ଼ିକ ଏପରି ସ୍ଥାନରେ ସ୍ଥାପିତ ହେବ, ଯାହାଦ୍ୱାରା ଅଧିକରୁ ଅଧିକ ପର୍ଯ୍ୟଟକ ଏବଂ ଭକ୍ତ ସେମାନଙ୍କୁ ଦେଖି ଆକର୍ଷିତ ହୋଇପାରିବେ । ଏହି ମୂର୍ତ୍ତିଗୁଡ଼ିକରେ ଭଗବାନ ରାମଙ୍କ ବିଭିନ୍ନ ରୂପ ଦର୍ଶାଯିବ । ମୂର୍ତ୍ତିଗୁଡ଼ିକରେ ରାମଲାଲାଙ୍କ ବନବାସ, ଧନୁର୍ଧାରୀ, ରାଜା ରାମ, ଶିକାର କରୁଥିବା ସମୟରେ ଓ ବିଚାର କରୁଥିବା ଭଳି ରୂପ ଦର୍ଶାଯିବ

LEAVE A REPLY

Please enter your comment!
Please enter your name here

- Advertisment -

Most Popular