spot_img

ଆଜି ଜେଇଇ ମେନ

ନୂଆଦିଲ୍ଲୀ: ସାରା ଦେଶରେ କରୋନା ସଙ୍କଟ ଜାରି ରହିଛି । ରାଜନେତାଙ୍କଠାରୁ ନେଇ କରୋନା ଯୋଦ୍ଧା ପର୍ଯ୍ୟନ୍ତ ସମସ୍ତେ ଏହା କବଳରେ । କରୋନାର ନୂଆ ମାମଲା ପ୍ରତିଦିନ ନୂଆ ରେକର୍ଡ କରୁଛି । ଏହି ମାହୋଲରେ ଜେଇଇ ଓ ନିଟ୍ କରିବାକୁ ପ୍ରବଳ ବିରୋଧ କରାଯାଉଥିଲା । ବିରୋଧ ସତ୍ତ୍ୱେ ଦେଶରେ ଆଜି ଜେଇଇ ପରୀକ୍ଷା ଅନୁଷ୍ଠିତ ହେଉଛି । ପରୀକ୍ଷା ପାଇଁ ଏନଟିଏ ପୁରା ପ୍ରସ୍ତୁତି ସାରିଦେଇଛି । ପରୀକ୍ଷା କେନ୍ଦ୍ରଗୁଡି଼କରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । କରୋନା ସଂକ୍ରମଣରୁ ବଞ୍ଚିବା ପାଇଁ ପରୀକ୍ଷାର୍ଥୀଙ୍କୁ ଅନେକ ପରୀକ୍ଷଣ ଦେଇ ଯିବାକୁ ପଡ଼ୁଛି । ପରୀକ୍ଷା କେନ୍ଦ୍ରରେ ମୁତୟନ ଥିବା ସୁରକ୍ଷା କର୍ମୀ ଫେସ୍ ସିଲ୍ଡରେ ନଜର ଆସୁଛନ୍ତି । ପରୀକ୍ଷା ‌କେନ୍ଦ୍ରକୁ ଆସୁଥିବା ଛାତ୍ରଛାତ୍ରୀ ହାତରେ ଗ୍ଲୋଭସ ଓ ମୁହଁରେ ମାସ୍କ ପିନ୍ଧିଥିବା ଦେଖାଯାଇଛି । କେନ୍ଦ୍ରୀୟ ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ଛାତ୍ରମାନଙ୍କୁ ଶୁଭକାମନା ଜଣାଇଛନ୍ତି । ସମସ୍ତ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ନିର୍ଦ୍ଦେଶାବଳୀର ପାଳନ କରିବାକୁ ସେ ଛାତ୍ର ଓ ଅଭିଭାବକମାନଙ୍କୁ ପରାମର୍ଶ ଦେଇଛନ୍ତି । ଏଥର ସାରା ଦେଶରେ ପ୍ରାୟ ୧୧ ଲକ୍ଷ ଛାତ୍ର ପରୀକ୍ଷା ପାଇଁ ଆବେଦନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular