spot_img

କାହିଁକି ନିମ୍ନଗାମୀ ହେଲା ଜିଡ଼ିପି?

ନୂଆଦିଲ୍ଲୀ: ଆର୍ଥିକ ବର୍ଷ ୨୦୨୦-୨୦୨୧ ର ପ୍ରଥମ ସପ୍ତାହ (ଏପ୍ରିଲ-ଜୁନ୍‌)ରେ ସକଳ ଘରୋଇ ଉତ୍ପାଦ (ଜିଡ଼ିପି)କୁ ନେଇ ସରକାର ପୁଣି ବିରୋଧୀଙ୍କ ଟାର୍ଗେଟରେ ଅଛନ୍ତି । ଜୁନ୍‌ରେ ଜିଡ଼ିପି ୨୩.୯ ତଳକୁ ଖସିଛି । ସରକାରଙ୍କ ତରଫରୁ ମୁଖ୍ୟ ପରାମର୍ଶଦାତା (ସିଇଏ) କେ.ବି ସୁବ୍ରମଣ୍ୟମ୍ ଏହାର ଉତ୍ତର ରଖିଛନ୍ତି । କାହିଁ ଜିଡ଼ିପି ତଳକୁ ଖସିଲା?
ସାଂଖ୍ୟିକ ଓ କ୍ରିୟାନ୍ୱୟନ ମନ୍ତ୍ରାଳୟ ଦ୍ୱାରା ଜାରି ସୂଚୀ ଅନୁସାରେ କରୋନା ସଙ୍କଟ ସମୟରେ ଏପ୍ରିଲରୁ ଜୁନ୍ ବିତ୍ତୀୟ ବର୍ଷରେ ଲକ୍ ଡାଉନ୍ ଚାଲୁ ହୋଇଥିଲା । ଅନ୍ୟ ପକ୍ଷରେ ତ୍ରୟମାସିକ ବିକାଶ କ୍ଷୀପ୍ର ହେବା ସହ ଭାରତର ଅର୍ଥନୀତି ମଧ୍ୟ ଧୀରେ ଧୀରେ ଅଗ୍ରଗତି କରିବ । ଭାରତ ଏହି ଜିଡ଼ିପି ବ୍ୟବସ୍ତଶ ଆରମ୍ଭ କରିବା ପରେ ଏହା ସବୁଠାରୁ ବଡ଼ ବିପର୍ଯ୍ୟୟ । ଏହା ପୂର୍ବରୁ ଯଦି ଜିଡ଼ିପି ନେଗେଟିଭ୍ ହୋଇତିବା କଥା କହିବା ତେବେ ୧୯୭୯-୧୯୮୦ରେ ଏହା ହୋଇଥିଲା । ଯେତେବେଳେ ବର୍ଷକୁ ୫.୨ନିମ୍ନକୁ ଖସିଥିଲା । ଏହାର କାରଣ ସ୍ପଷ୍ଟ କରିଛନ୍ତି କେ.ବି. ସୁବ୍ରମଣ୍ୟମ୍ । ସେ କହିଛନ୍ତି କି ଦେଶରେ ଦୁଇ ମାସ ଧରି କଠୋର ଲକ୍‌ଡାଉନ୍ ଜାରି ଥିଲା । ଏହି କାରଣରୁ ଜିଡିପି ନିମ୍ନକୁ ଖସିଛି । ଏବେ ଧୀରେ ଧୀରେ ସ୍ଥିତିରେ ସୁଧାର ଆସିଲାଣି । ମାଲଗାଡ଼ି ଟ୍ରାଫିକ ଶୀଘ୍ର ହେଲାଣି । ଇ-ୱେ ବିଲ ବଢ଼ିଲାଣି । ଏସବୁ ଆର୍ଥିକ ଗତିବିଧିରେ ସୁଧାର ଆସିବାର ସଙ୍କେତ । ଏ କରୋନା ଦେଢ଼ ଶତାବ୍ଦୀରେ ହୋଇଥିବା ଏକ ଘଟଣା । ଯାହକୁ ଆମେ ସାମ୍ନା କରୁଛେ । ଭାରତରେ ଲକ୍‌ଡାଉନ୍ ଯୋଗୁଁ ଆର୍ଥିକ ଗତିବିଧି ଉପରେ ଅଙ୍କୁଶ ଲାଗିଥିଲା । ଏହି ସମୟରେ ବ୍ରିଟେନରେ ମଧ୍ୟ ଜିଡ଼ିପି ନିମ୍ନଗାମୀ ହୋଇଛି ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular